PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ବିବାହରେ ଇଲେକ୍ଟ୍ରିକ୍‌ ଟୟ ଉପହାର ଦେଇଥିଲା ଭଉଣୀଙ୍କ ପୂର୍ବତନ ପ୍ରେମିକ, ଚାର୍ଜ କରିବା ବେଳେ ହେଲା ବିସ୍ଫୋରଣ: ନବ ବିବାହିତ ଯୁବକ ଏବଂ…

ଅହମଦାବାଦ ୧୮/ ୦୫: ବେଶ ଧୁମଧାମରେ ହୋଇଥିଲା ବାହାଘର । ଘରକୁ ନୂଆ ବୋହୁ ଆସିଥିବାରୁ ଖୁସିରେ ବିଭୋର ଥିଲା ପୁରା ପରିବାର । ଭୋଜି ଭାତ ସହ ମହା ଆଡମ୍ବରରେ ସମ୍ପନ୍ନ ହୋଇଥିଲା ବିବାହ । କିନ୍ତୁ ସେ ଖୁସି ବେଶି ସମୟ ରହିଲାନି । ନିମିଷକେ ସବୁ ଯେମିତି ଛାରଖାର୍‌ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୁଜରାଟର ନବଶାରୀ ଜିଲ୍ଲା ମିଣ୍ଢାବାରୀ ଗାଁରେ ।

ବିବାହରେ ମିଳିଥିବା ଉପହାର ଖୋଲିବା ପରେ ସେଥିରେ ଥିବା ଏକ ଖେଳନା କଣ୍ଢେଇ (ଟୟ)କୁ ଚାର୍ଜ କରୁଥିବା ବେଳେ ତାହା ହଠାତ୍‌ ବିସ୍ଫୋରଣ ଘଟିଥିଲା । ଫଳରେ ନବ ବିବାହିତ ଯୁବକ ଏବଂ ତାଙ୍କ ଭଣଜା ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ତୁରନ୍ତ ନବସାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖେଳନା କଣ୍ଢେଇଟି ବିସ୍ଫୋରଣ ହେବା ପଛରେ ଷଡଯନ୍ତ୍ର ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନବ ବିବାହିତା ଯୁବତୀଙ୍କ ବଡ ଭଉଣୀର ପୂର୍ବତନ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ମଧ୍ୟ ମାମଲା ରୁଜୁ କରିଛନ୍ତି ପରିବାର ଲୋକେ । ବଂଶଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ମିଣ୍ଢାବାରୀ ଗାଁର ଲତେଶ୍‌ ଗବୀତ ନାମକ ଜଣେ ଯୁବକଙ୍କ ସହ ଗଙ୍ଗାପୁର ଗାଁ ର ଜଣେ ଯୁବତୀଙ୍କ ସହ ୨ ଦିନ ପୂର୍ବରୁ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ଚତୁର୍ଥୀ ଦିନ ସମ୍ପର୍କୀୟ ତଥା ସାଙ୍ଗସାଥୀ ମାନେ ନବ ଦମ୍ପତ୍ତିଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିଲେ । ହସ ଖୁସିରେ ଭୋଜି ଭାତ ଶେଷ ହୋଇଥିଲା ।

ପର ଦିନ ଉପହାରଗୁଡିକ ଖୋଲିବା ପରେ ସେଥିରୁ ଏକ ଇଲେକ୍ଟ୍ରିକ୍‌ ଟୟ ବାହାରିଥିଲା । ତାହାକୁ ଚାର୍ଜ କରିବା ପାଇଁ ଲଗାଇବା ସମୟରେ ହିଁ ଭୟଙ୍କର ଭାବେ ବିସ୍ଫୋରଣ ଘଟିଛି । ଫଳରେ ଲତେଶ ଏବଂ ତାଙ୍କ ଭଣଜା ଜିଆନ୍‌ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଲତେଶଙ୍କ ବାହୁ, ହାତ ଏବଂ ଆଖିରେ ଗଭୀର କ୍ଷତ ହୋଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ଲତେଶଙ୍କ ଡାହାଣ ହାତର ବାହୁରୁ ମୁଠିକୁ କାଟିବାକୁ ପଡିଛି । ଯାହାକି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।

ତେବେ ପରେ ଜଣାପଡିଥିଲା ଯେ, ଉକ୍ତ ଇଲେକ୍ଟ୍ରିକ୍‌ ଟୟକୁ ରାଜୁ ପଟେଲ ନାମକ ଜଣେ ବ୍ୟକ୍ତି ଉପହାର ଦେଇଥିଲେ । ଯିଏକି ଅନେକ ଦିନ ପୂର୍ବରୁ ନବ ବିବାହିତା ଯୁବତୀଙ୍କ ବଡ ଭଉଣୀଙ୍କୁ ପ୍ରେମ କରୁଥିଲା ଏବଂ ସେମାନେ ଏକାଠି ମଧ୍ୟ ରହୁଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ସେମାନଙ୍କ ବିଚ୍ଛେଦ ଘଟିଥିଲା । ତେବେ ପ୍ରତିଶୋଧ ପରାୟଣ ହୋଇ ସେ ଇଲେକ୍ଟ୍ରିକ୍‌ ଟୟରେ ବୋମା ଖଞ୍ଜି ଦେଇଥିବା ଅନୁମାନ କରାଯାଉଛି । ପୋଲିସ ସପୃକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।