PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବେକରେ ରଶି ଲଗେଇ ଯୁବତୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି

ମାଲକାନଗିରି /କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳାରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ଯୁବତୀ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ସେପଟେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଆଧାରରେ ଉକ୍ତ ଅଭାବନୀୟ ଘଟଣାଟି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଙ୍କଟ ପଲ୍ଲମ ପଞ୍ଚାୟତ ଏମଭି ୫୯ଗ୍ରାମରେ ଘଟିଛି। ସେହି ଗ୍ରାମର ପରିମଲ ମାଲିଙ୍କ ୧୮ବର୍ଷୀୟା ଝିଅ ଜୟନ୍ତୀ ମାଲି l ଆଜି ସନ୍ଧ୍ୟାରେ ସେ ଘରେ ନିଜ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି।

ଘଟଣାରୁ ଜଣା ଯାଇଛି ଯେ, ପରିମଲଙ୍କ ତିନି ଝିଅ ଓ ଗୋଟିଏ ପୁଅ ଥିବାବେଳେ ଜୟନ୍ତୀ ଥିଲେ ସାନ ଝିଅ l ଏହି ଝିଅଟି ଛୋଟ ବେଳୁ ଟିକିଏ ଟିକିଏ କଥାରେ ରାଗିଯିବା ଓ ଏମିତିକି ଛୋଟ ବେଳେ କିରୋସିନି ପିଇ ଆତ୍ମହତ୍ୟା କରିବାକୁ ପ୍ରୟାସ କରିବା ଭଳି ଘଟଣା ଘଟିଥିଲା l

ଆଜି ଅପରାହ୍ନରେ ମା’ ରେବା ରାଣୀ ବାହାରେ ବସି ବିଡି ବାନ୍ଧୁ ଥିଲା ବେଳେ, ଜୟନ୍ତୀ ଘର ଭିତରେ ଥିଲେ,  ସନ୍ଧ୍ୟା ହୋଇ ଯାଇଥିବାରୁ ସଞ୍ଜବତୀ ଲଗାଇବା ପାଇଁ ଝିଅକୁ ଡାକିଲେ। ଘର କବାଟ ବନ୍ଦ ଥିବା ଦେଖି ଝିଅ ଜୟନ୍ତୀକୁ ବାରମ୍ୱାର ଡାକିଥିଲେ କିନ୍ତୁ ଜୟନ୍ତୀଙ୍କର କୌଣସି ଉତ୍ତର ପାଇ ନଥିଲେ l ପଡୋଶୀଙ୍କ ସାହାଯ୍ୟରେ କବାଟ ଭାଙ୍ଗି ଦେଖିବାକୁ ପାଇଲେ କି ଜୟନ୍ତୀ ଘର ଭିତରେ ବେକରେ ରଶି ଲଗାଇ ଦେଇ ଓରାରେ ଝୁଲି ପଡ଼ିଛି।

ସଙ୍ଗେ ସଙ୍ଗେ ବେକରୁ ରଶି କାଢି ଏକ ଗାଡି କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ଦେବଦାସ ସାମନ୍ତ ରାୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ l ଝିଅର ଏପରି ମୃତ୍ୟୁରେ ପରିବାରବର୍ଗ ଏବଂ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଶବବ୍ୟବଛେଦ ନିମନ୍ତେ ପଠା ତଦନ୍ତ ଆରମ୍ଭ କରିଛି।ସେପଟେ ଜୟନ୍ତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l

ସମ୍ବନ୍ଧିତ ଖବର