ସତନା : ୨୦ ବର୍ଷିୟା ଜଣେ ଯୁବତୀ ଗଙ୍ଗୋତ୍ରୀରୁ ବାଗେଶ୍ୱର ଧାମ ଯାଏ ମୁଣ୍ଡରେ କଳସ ରଖି ପଦଯାତ୍ରା ଆରମ୍ଭ କରିଛନ୍ତି। ସେ ଜଣେ ଏମବିବିଏସର ଛାତ୍ରୀ। ସେ କହିଛନ୍ତି , ତାଙ୍କର ଏହି ଯାତ୍ରାର ଉଦ୍ଦେଶ୍ୟ କଣ , ଏହାର ଖୁଲାସା ୧୬ ଜୁନରେ ଧିରେନ୍ଦ୍ର ଶାସ୍ତ୍ରୀ ନିଜେ କରିବେ। କାରଣ ସେ ମନର କଥା ଜାଣି ପାରନ୍ତି। ଏହି ସମୟରେ ସେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ପ୍ରାଣାନାଥ କହି ସମ୍ୱୋଧିତ କରିଛନ୍ତି।
ଉଲ୍ଲେଖନୀୟ ଯେ , ଶିବରଞ୍ଜନୀ ତିୱାରୀ ମୂଳ ରୂପେ ମଧ୍ୟ ପ୍ରଦେଶର ସିୱନିରେ ରୁହନ୍ତି। ତାଙ୍କର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରିବାର ସହ ସଂପର୍କ ରହିଛି। ସେ ଖୈରାଗଡ଼ରୁ ୮ ବର୍ଷ ଯାଏ ସଙ୍ଗୀତ ଶିକ୍ଷା ହାସଲ କରିଛନ୍ତି । ଶନିବାର ତାଙ୍କର ପଦଯାତ୍ରା ଚିତ୍ରକୂଟର ସନ୍ତୋଷୀ ଅଖାଡାରେ ପହଞ୍ଚିଛି। ଏଠାରେ ସେ ସାଧୁ-ସନ୍ଥଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି। ଏହାସହ ସେ ଜଣେ ଅଭିଜ୍ଞ ଗାୟିକାଙ୍କ ପରି ଭଜନର ପ୍ରସ୍ତୁତ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛନ୍ତି ।
{"width":737,"height":414}
ଏହାସହ ମଧ୍ୟ ପଢ଼ନ୍ତୁ : ବାବା ବାଗେଶ୍ୱରଙ୍କ ପ୍ରବଚନରେ ପ୍ରଭାବିତ ରୁଖସାନା ହେଲେ ରୁକ୍ମଣୀ …
ଏହି ସମୟରେ ଶିବରଞ୍ଜନୀ କହିଛନ୍ତି କି କେଉଁ ଉଦ୍ଦେଶ୍ୟରେ ସେ ଗଙ୍ଗୋତ୍ରୀ ଧାମରୁ ବାଗେଶ୍ୱର ଧାମ ଯାଏ କଳସ ନେଇ ପଦଯାତ୍ରା ଆରମ୍ଭ କରିଛନ୍ତି , ଏହାର ଖୁଲାସା ୧୬ ଜୁନ୍ରେ ଧିରେନ୍ଦ୍ର ଶାସ୍ତ୍ରୀ ଓ ସେ ନିଜେ କରିବେ । ମନର କଥା ଜାଣୁଥିବା ବାଗେଶ୍ୱର ଧାମ ସରକାର ତାଙ୍କର ମନର କଥା ବି କହିବେ। ଯାତ୍ରାରେ ତାଙ୍କ ସହ ପିତା , ଭାଇ ଓ ଅନ୍ୟ ଲୋକେ ବି ସାମିଲ ଅଛନ୍ତି ।
ଏହାସହ ମଧ୍ୟ ପଢ଼ନ୍ତୁ : ବାଗେଶ୍ୱର ବାବାଙ୍କ ଜୀବନୀ ଉପରେ ହେବ ଫିଲ୍ମ
ଶିବରଞ୍ଜନୀ କହିଛନ୍ତି , ଗଙ୍ଗା କଳସ ଯାତ୍ରା ଗଙ୍ଗୋତ୍ରୀ ଧାମରୁ ଆରମ୍ଭ କରିଛି। ଯେବେ ଠାରୁ ମୁଣ୍ଡରେ ଏହି କଳସ ରଖିଛି , ସେବେ ଠାରୁ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। କେହି କେହି କହୁଛନ୍ତି କି ମୁଁ ଏହି ଯାତ୍ରା ଏଥିପାଇଁ ଆରମ୍ଭ କରିଛି , କାରଣ ଆଶା କରିଥିବା ବର ପାଇବାକୁ ଚାହୁଁଛି। ଅନେକ ଲୋକ କହୁଛନ୍ତି ମୁଁ ନିଜ ହାତରେ ଫୁଲର ମାଳା ନେଉ ଯାଉଛି , ଯାହାକୁ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଗଳାରେ ପିନ୍ଧାଇବି। ଲୋକଙ୍କୁ କହିବାକୁ ଚାହୁଁଛି କି, ମହାରାଜ ଶ୍ରୀ ଅନ୍ତର୍ଯ୍ୟାମୀ ...ପ୍ରାଣନାଥ ...ଭଗବାନ ...ସେ ମନର କଥା ଜାଣି ନିଅନ୍ତି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି କି, ୧୬ ଜୁନ ଯାଏ ଅପେକ୍ଷା କରନ୍ତୁ।
ଏହାସହ ମଧ୍ୟ ପଢ଼ନ୍ତୁ : ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀ କାହାକୁ ବେଶୀ ଭୟ କରନ୍ତି…