PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମାଲକାନଗିରିରେ ଗୀତା ଜ୍ଞାନ ପରୀକ୍ଷା

ମାଲକାନଗିରି,୨୯।୧(ଆପ୍ର): ମାଲକାନଗିରି ମହିଳା ମହାବିଦ୍ୟାଳୟ ଠାରେ ଶିକ୍ଷାବିତ୍ ସରୋଜ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗୀତା ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ୍ ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲାର ୭ବ୍ଲକରେ ୭ଟି କେନ୍ଦ୍ରରେ ୭୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକୃତ କରାଯାଇ ସେମାନଙ୍କ ଭିତରେ ” ଗୀତାଜ୍ଞାନ ” ପରୀକ୍ଷା ଅନୁଷ୍ଠିତ କରାଯାଇଥିଲା ।ଏହାକୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମୁଖ୍ୟାଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ ।

ପ୍ରକାଶଥାଉକି ଏଥିପୂର୍ବରୁ ଜିଲ୍ଲାର ସ୍ୱାଭିମାନ ଅଂଚଳ ସମେତ ସମସ୍ତ ବ୍ଲକ୍ ସ୍ତରୀୟ ଓ ଜିଲ୍ଲା ସ୍ତରରେ ଗୀତା ଆବୃତି କରାଯାଇ କୃତୀ ପ୍ରତିଯୋଗିତା ମାନଙ୍କୁ ନେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସାମିଲ କରାଯାଇଥିଲା ଓ ସେଠାରେ ସେମାନେ ସ୍ୱତନ୍ତ୍ର ସ୍ୱିକୃତି ଲାଭ କରିଥିଲେ । ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଶିକ୍ଷା ଅନୁଷ୍ଠାନ ମୁଖ୍ୟଙ୍କ ସମେତ ଅନେକ ଅଭିଭାବକ ପ୍ରଜ୍ଞାନ ମିଶନର ଏହି ଯୁଗ ଉପଯୋଗୀ କାର୍ଯ୍ୟକ୍ରମରେ ଭୂୟସି ପ୍ରଶଂସା କରିବା ସହ ଆଗାମୀ ବର୍ଷମାନଙ୍କରେ ଏହିପରି କାର୍ଯ୍ୟକ୍ରମର ନିରନ୍ତରତା ରକ୍ଷା କରିବା ନିମନ୍ତେ ଆଶା ପ୍ରକଟ କରିଛନ୍ତି ।