PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଲୋକାର୍ପିତ ହେଲା ଦେଶର ନୂଆ ସଂସଦ ଭବନ, ଗଣତନ୍ତ୍ରକୁ ମିଳିଲା ସ୍ଵାଭିମାନର ଭବ୍ୟ ମନ୍ଦିର
  • ||
  • ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ଫୁଲପ୍ରୁଫ୍ ସାଇବର୍ ସିଷ୍ଟମ, ଭେଦ କରିପାରିବେନି ହ୍ୟାକର- ଇଣ୍ଟରନେଟ୍ ଅଣ୍ଡରୱାର୍ଲ୍ଡ
  • ||
  • ନିଶ୍ଚିନ୍ତକୋଇଲି : ମଦ୍ରାସାରେ ନିର୍ଯାତନା ଅଭିଯୋଗ, ରାତିରେ ଲୁଚି ପଳାଇଆସିଲେ ୬ ଛାତ୍ର
  • ||

Go First ସଙ୍କଟ : ଉଡ଼ାଣ ବାତିଲ ଅବଧିକୁ ୨୮ ମଇ ଯାଏ ବୃଦ୍ଧି କଲା ଏୟାରଲାଇନ୍‌

ନୂଆଦିଲ୍ଲୀ : ଜାରି ରହିଥିଲା ଆର୍ଥିକ ସଙ୍କଟ ମଧ୍ୟରେ  ଗୁରୁବାର (୨୫ ମଇ) ଗୋ ଫର୍ଷ୍ଟ (Go First) ଏୟାରଲାଇନ୍‌ ନିଜର ଉଡ଼ାଣ ରଦ୍ଦୀକରଣ (କ୍ୟାନ୍ସଲେସନ)କୁ ୨୮ ମଇ ପର୍ଯ୍ୟନ୍ତ ବଢାଇ ଦେଇଛି। ଏହା ପୂର୍ବରୁ ପରିଚାଳନା ସମ୍ୱନ୍ଧୀୟ କାରଣ ଦର୍ଶାଇ ୨୬ ମଇ ଯାଏ ଉଡ଼ାଣ ସଞ୍ଚାଳନକୁ ସ୍ଥଗିତ କରିବାକୁ ଘୋଷଣା କରାଯାଇ ଥିଲା । ଏୟାରଲାଇନ୍‌ ମଧ୍ୟ  ଆଶା ଦେଖାଇଥିଲା କି ସେ ଖୁବ୍‌ ଶୀଘ୍ର ବୁକିଂ ଆରମ୍ଭ କରିବ।

ଏୟାରଲାଇନ୍ ଦେବାଳିଆର ସମାଧାନ କରିବା ଉପରେ ପ୍ରୟାସ ଜାରି ରଖିଛି । ୩ ମଇରେ , ଗୋ ଫର୍ଷ୍ଟ ଅଫିସିଆଲି ଭାବେ ଘୋଷଣା କରିଥିଲା କି ସେ ନିଜର ଉଡ଼ାଣ ସଞ୍ଚାଳନକୁ ବାତିଲ କରୁଛି।

Airline Go First cancels another batch of flights up till May 19 -  BusinessToday

ଏହା ପୂର୍ବରୁ ବେସାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ( ଡିଜିସିଏ) ଏୟାରଲାଇନ୍‌ରୁ ସେହି ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲା , ଯେଉଁମାନେ  ପୂର୍ବରୁ ବାତିଲ ଉଡ଼ାଣରେ ଟିକେଟ୍ ବୁକ୍‌ କରାଇଛନ୍ତି । ଏୟାରଲାଇନ ୧୫ ମଇ ସୁଦ୍ଧା ଟିକେଟ୍‌ ବିକ୍ରି ଉପରେ ମଧ୍ୟ ରୋକ୍‌ ଲଗେଇ ଦେଇଥିଲା ।

ରିପୋର୍ଟ ମୁତାବିତ , ଡିଜିସିଏ ନିଜର ପରିଚାଳନାକୁ ପୁଣି ଆରମ୍ଭ କରିବାକୁ କ୍ୟାଶ୍‌-ଷ୍ଟ୍ରାପଡ୍‌ କ୍ୟାରିୟର ଗୋ ଫର୍ଷ୍ଟର ପ୍ରସ୍ତୁତିର ଅଡିଟ୍‌ କରିବ।

ସମ୍ବନ୍ଧିତ ଖବର