ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

‘ଗୋ ଫାଷ୍ଟ’ର ସବୁ ବିମାନ ୨୮ ମେ’ ପର୍ଯ୍ୟନ୍ତ ରଦ୍ଦ, ଯାତ୍ରୀଙ୍କୁ ଟଙ୍କା ଫେରାଇବ ଏୟାରଲାଇନ୍ସ

ନୂଆଦିଲ୍ଲୀ,୨୬।୫: ବଜେଟ୍ ଏୟାରଲାଇନ୍ସ ‘ଗୋ ଫାଷ୍ଟ’ ର ବିମାନ ଏବେ ଆକାଶରେ କେବେ ଦେଖିବାକୁ ମିଳିବ ତାହା କହିବା ଏବେ କଷ୍ଟକର ହୋଇଯାଇଛି। କମ୍ପାନୀ ପକ୍ଷରୁ ଉଡାଣ ରଦ୍ଦ କରିବା ଲଗାତାର ଜାରି ରହିଛି ଓ ଏହାର ତାରିଖକୁ ଲଗାତର ଆଗକୁ ବଢାଇ ଦିଆଯାଇଛି। ଏବେ କମ୍ପାନୀର ସବୁ ବିମାନ ୨୮ ମେ’ ୨୦୨୩ ପର୍ଯ୍ୟନ୍ତ ରଦ୍ଦ କରି ଦିଆଯାଇଛି, ଏହା ସହିତ ଟିକେଟ ବିକ୍ରି ଉପରେ ମଧ୍ୟ ରୋକ ରହିଛି। ଗତ ୩ ମଇରୁ ଏୟାରଲାଇନ୍ସର ଉଡାଣ ରଦ୍ଦ ରହିଛି ଓ ଏହାର ତାରିଖ ଲଗାତାର ବଢିବାରେ ଲାଗିଛି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଗୋ-ଫାଷ୍ଟ ଏୟାରଲାଇନ୍ସ ପ୍ରଥମେ ୨୬ ମେ’ ପର୍ଯ୍ୟନ୍ତ ନିଜର ସବୁ ଉଡାଣ ରଦ୍ଦ କରିଥିଲା ଓ ଏବେ ଏହାକୁ ୨୮ ମେ’ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏନ୍‌ସିଏଲଟିରେ କମ୍ପାନୀ ପକ୍ଷରୁ ଆର୍ଥିକ ସ୍ଥିତି ଖରାପ ହେବାର କଥା କହି ଦେବାଳିଆ ଘୋଷଣା କରାଯିବା ପାଇଁ ଆବେଦନ କରାଯାଇଛି। ଏୟାରଲାଇନ୍ସ ନିଜ ଆବେଦନରେ କହିଥିଲା ଯେ, ଭୟଙ୍କର ନଗଦ ଅର୍ଥ ସଙ୍କଟର ସାମନା କରୁଛି। ଏହାପରେ ବିମାନ ନିୟାମକ (ଡିଜିସିଏ) ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀଙ୍କୁ ପୁରା ଟଙ୍କାକୁ ଫେରସ୍ତ କରାଯିବ।

ଏନସିଏଲଟିରେ ଆବେଦନ ଦେଇଥିବା ଗୋ ଫାଷ୍ଟ ଏୟାରଲାଇନ୍ସ ସବୁଠାରୁ ପ୍ରଥମେ ୩ ରୁ ୫ ମେ’ ପର୍ଯ୍ୟନ୍ତ ନିଜର ସବୁ ଉଡାଣକୁ ରଦ୍ଦ କରିଥିଲେ। ପରେ ଏହାର ଶେଷ ତାରିଖ ୯ ମେ’୯ ପର୍ଯ୍ୟନ୍ତ ଓ ଏହାପରେ ୧୨ ମେ’ ପର୍ଯ୍ୟନ୍ତ ଆଗକୁ ବଢାଯାଇଥିଲା। ଆଶା କରାଯାଉଛି ଯେ, କମ୍ପାନୀର ବିମାନ ପୁଣିଥରେ ଆକାଣ ଉଡାଣ ଭରିବ, କିନ୍ତୁ ବିମାନ ସସପେଣ୍ଡ ରହିବାର ତାରିଖକୁ ଏହାପରେ ମଧ୍ୟ ଆଗକୁ ବଢାଯିବାର କାମ ଜାରି ରହିବ ଓ ଏବେ ଏହାକୁ ୨୬ ମେ’ରୁ ଆଗକୁ ବଢାଇ ୨୮ ମେ’ କରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.