ନୂଆଦିଲ୍ଲୀ : ଇରାନ ସହ ଚାଲୁଥିବା ଯୁଦ୍ଧରୁ ଏକ ମାସରୁ ଅଧିକ ସମୟ ବିତି ସାରିଛି, କିନ୍ତୁ ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ହ୍ରାସ ହେବାର ନାଁ ହିଁ ନେଉ ନାହିଁ। ଏହି ମଧ୍ୟରେ ବିଶ୍ୱବ୍ୟାପୀ ତୈଳ ଓ ଗ୍ୟାସର ଯୋଗାଣକୁ ନେଇ ଆତଙ୍କ ଖେଳି ଯାଇଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏହି ମାମଲାରେ କଡ଼ା ବୟାନ ଦେଇଛନ୍ତି। ଯୁଦ୍ଧରେ ଅଂଶଗ୍ରହଣ କରି ନଥିବା , କିନ୍ତୁ ଇନ୍ଧନ ସଙ୍କଟ ଦେଇ ଗତି କରୁଥିବା ଦେଶ ଏବେ ନିଜେ ହୋର୍ମୁଜ ପ୍ରଣାଳୀ ଯାଇ ନିଜର ତୈଳ ଆଣନ୍ତୁ। ଆମେ ସେମାନଙ୍କର କୌଣସି ସାହାଯ୍ୟ କରିବୁ ନାହିଁ।

 

ଟ୍ରୁଥ୍ ସୋସିଆଲରେ ରାଷ୍ଟ୍ରପତି ଟ୍ରମ୍ପ ଲେଖୁଛନ୍ତି - ଯେଉଁ ଦେଶମାନେ ହସ୍ତକ୍ଷେପ କରିବାକୁ ମନା କରିଥିଲେ ,ସେମାନେ ଏବେ ସାହସ ସଂଗ୍ରହ କରିବା ଉଚିତ, ସେମାନେ ହୋର୍ମୁଜ ପ୍ରଣାଳୀକୁ ଯାଇ ଏହାକୁ କବଜା କରିବା ଉଚିତ। ଆମେରିକା ଆଉ ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଟ୍ରମ୍ପ ଆହୁରି କହିଛନ୍ତି ଯେ, ଆମେରିକା ଆଉ ତୁମକୁ ସାହାଯ୍ୟ କରିବାକୁ ଆଉ ବାହାରିବ ନାହିଁ, ଯେପରି ତୁମେ ଆମକୁ ସାହାଯ୍ୟ କରିବାକୁ ନଥିବ। ଇରାନ ପ୍ରାୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ସାରିଛି। ମୁସ୍କିଲ କାର୍ଯ୍ୟ ତ ଆମେ କରି ସାରିଛୁ। ଏବେ ଯାଅ ଏବଂ ତୁମର ତେଲ ନେଇ ଆସ।

 

ଏହି ସମୟରେ ରାଷ୍ଟ୍ରପତି ବିଶେଷକରି ସେହି ସହଯୋଗୀ ଦେଶ ଗୁଡ଼ିକର ଉଲ୍ଲେଖ କରିଛନ୍ତି , ଯାହାକୁ ହୋର୍ମୁଜ୍ ପ୍ରଣାଳୀ ଦେଇ ଜେଟ୍ ଇନ୍ଧନ ପରିବହନ ବାଧାପ୍ରାପ୍ତ ହେବା ଯୋଗୁଁ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁଛି। ସେ ବ୍ରିଟେନ ସମେତ ସେହି ଦେଶ ଗୁଡ଼ିକୁ କହିଛନ୍ତି ଯେ, ସେ ଏହି ସ୍ଥିତିକୁ ସ୍ୱୀକାର କରି ନିଅନ୍ତୁ। ଟ୍ରମ୍ପଙ୍କ ତର୍କ ଥିଲା ଯେ, ଆମେରିକା ଇରାନକୁ ପୂର୍ବରୁ ହିଁ ଖୁବ୍ ଦୁର୍ବଳ କରି ଦେଇଛି।