PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଗୋଲ୍ଡ କପ୍‌ ଫୁଟବଲ୍‌: ମ୍ୟାଁମାର-ନେପାଳ ଫାଇନାଲ୍‌ ଆଜି

ଭୁବନେଶ୍ୱର, ୧୪ ।୧ (ବ୍ୟୁରୋ): ସର୍ବଭାରତୀୟ ଫୁଟବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)ର ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଗୋଲ୍ଡ କପ୍‌ ମହିଳା ଅନ୍ତର୍ଜାତୀୟ ଫୁଟବଲ୍‌ରେ ଆସନ୍ତାକାଲି ମ୍ୟାଁମାର ଓ ନେପାଳ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଫାଇନାଲ୍‌ ପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି ।
ମ୍ୟାଁମାର: ଚଳିତ ଟୁର୍ଣ୍ଣାମେଣ୍ଟରେ ମ୍ୟାଁମାରର ଫିଫା ମାନ୍ୟତା ହେଉଛି ୪୪ । ଶ୍ରେଷ୍ଠ ଦଳ ଭାବେ ମ୍ୟାଁମାର ନିଜର ସ୍ଥିତି ବଜାୟ ରଖିବା ସହ ଟୁର୍ଣ୍ଣାମେଣ୍ଟରେ ସମସ୍ତ ରାଉଣ୍ଡ ରବିନ ମ୍ୟାଚ୍‌ରେ ବିଜୟୀ ହୋଇଛି । ପ୍ରଥମେ ନେପାଳକୁ ୩-୦, ଇରାନକୁ ୨-୦ ଏବଂ ଅନ୍ତିମ ମ୍ୟାଚ୍‌ରେ ଭାରତକୁ ମଧ୍ୟ ୨-୦ ଗୋଲ୍‌ରେ ପରାଜିତ କରିଥିଲା । ଦଳ ଅପରାଜେୟ ସହ ଫାଇନାଲ୍‌ରେ ପ୍ରବେଶ କରିଛି ।
ଦଳୀୟ ପ୍ରଦର୍ଶନ ବେଶ ଉନ୍ନତ ରହିଛି । ସବୁ ବିଭାଗ ମଧ୍ୟରେ ଉପଯୁକ୍ତ ତାଳମେଳ ଯୋଗୁଁ ସମସ୍ତ ମ୍ୟାଚ୍‌ରେ ଏକତରଫା ବିଜୟ ହାସଲ କରିଛି ମ୍ୟାଁମାର । ପ୍ରଥମ ମ୍ୟାଚ୍‌ରେ ନେପାଳକୁ ପରାଜିତ କରିଥିଲେବି ଦଳ ଫାଇନାଲ୍‌ରେ ପୁଣି ନେପାଳକୁ ଭେଟିବାକୁ ଯାଉଛି । ପ୍ରଥମ ରାଉଣ୍ଡ ରବିନ ମ୍ୟାଚ୍‌ ଏବଂ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟରେ ବହୁତ ତଫାତ । ନେପାଳ ଦୁଇ ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଦଳ ଇରାନ ଓ ଭାରତକୁ ପରାଜିତ କରି ଫାଇନାଲ୍‌ରେ ପ୍ରବେଶ କରିଛି ।
ଏହି ଦୃଷ୍ଟିରୁ ମ୍ୟାଁମାର ଆଦୌ ହାଲ୍‌କା ଭାବେ ନେପାଳକୁ ଗ୍ରହଣ କରୁ ନାହିଁ । ଫାଇନାଲ୍‌ ପାଇଁ ଦଳ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ଟାଇଟଲ ଜିତିବା ନେଇ ସବୁ ଶକ୍ତି ବିନିଯୋଗ କରିବାକୁ ପ୍ରସ୍ତୁତ ରହିଛି ।
ନେପାଳ: ନେପାଳର ଫିଫା ମାନ୍ୟତା ହେଉଛି ୧୦୮ । ଫାଇନାଲ୍‌ରେ ଏକ ଶ୍ରେଷ୍ଠ ଦଳକୁ ଭେଟିବାକୁ ଯାଉଛି । ପୂର୍ବରୁ ଯଦିଓ ପ୍ରଥମ ମ୍ୟାଚ୍‌ରେ ମ୍ୟାଁମାରଠୁ ନେପାଳ ପରାଜିତ ହୋଇଛି, ତଥାପି ପରବର୍ତ୍ତୀ ସମୟରେ ଦଳ ଉନ୍ନତ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥିତି ଦୃଢ଼ କରିଥିଲା । ୨-୧ରେ ଆୟୋଜକ ଭାରତକୁ ଏବଂ ୩-୦ରେ ଇରାନକୁ ପରାସ୍ତ କରିଥିଲା । ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସବିତ୍ରା ଭଣ୍ଡାରୀ । ସେ ଭାରତ ଓ ଇରାନ ବିପକ୍ଷରେ ୨ଟି ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ ।
ଫାଇନାଲ୍‌ରେ ମଧ୍ୟ ତାଙ୍କ ଉପରେ ସଭିଁଙ୍କ ନଜର ରହିବ । ମ୍ୟାଁମାର ମଧ୍ୟ ସବିତ୍ରାଙ୍କ ପଥରୋଧ କରି ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରିବ । ମ୍ୟାଁମାର ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିବାକୁ ହେଲେ ନେପାଳକୁ ଉନ୍ନତ ରଣନୀତି ଆପଣାଇବାକୁ ହେବ ।
ଭାରତ ଫିଫା ମାନ୍ୟତାରେ ୬୨ ଓ ଇରାନ ୬୦ତମ ସ୍ଥାନରେ ରହିଛନ୍ତି । କିନ୍ତୁ ନିଜଠୁ ଦୁଇ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଦଳକୁ ପରାଜିତ କରି ନେପାଳ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି । ମ୍ୟାଁମାର ବିପକ୍ଷରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।