PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ନଳକୂପ ଖନନ ବେଳେ ବାହାରିଲା ସୁନା ! ପରୀକ୍ଷଣ ପାଇଁ ନମୁନା ସଂଗ୍ରହ

ଖପ୍ରାଖୋଲ, ୨୫/୦୩ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁରେ ସୁନାଖଣି ! ଗ୍ରାମର ମହମ୍ମଦ ଜାଭେଦ ଦେବରଙ୍କ ଚାଷଜମିରେ ନୂତନ ଭାବେ ଖୋଳାଯାଇଥିବା ଗଭୀର ନଳକୂପରୁ ସୁନା ବାହାରୁଥିବା ଚର୍ଚ୍ଚା ହେଉଛି ।

ଗତ ୮ତାରିଖରେ ଜାଭେଦ ତାଙ୍କ ଚାଷଜମିରେ ଏକ ଗଭୀର ନଳକୂପ ଖୋଳିଥିଲେ । ଉକ୍ତ ନଳକୂପରେ ଏକ ପାଣିମଟର ଖଞ୍ଜାଯାଇ ଗୋଳିଆ ଓ ମାଟିମିଶା ପାଣି ବାହାର କରାଯାଉଥିଲା । ସେହି ସମୟରେ ନଳକୂପ ପାଣିରେ କିଛି ଉଜ୍ଜ୍ୱଳ ବସ୍ତୁ ମିଶିକରି ବାହାରୁଥିବା ଜାଭେଦ ଦେଖିଥିଲେ । ଏହା ସୁନାଗୁଣ୍ଡ ବୋଲି ଜାଭେଦଙ୍କର ସନ୍ଦେହ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ଖପ୍ରାଖୋଲ ତହସିଲାଦାରଙ୍କୁ ଜଣାଇଥିଲେ । ଏହାପରେ ତହସିଲାଦାର ଆଦିତ୍ୟ ପ୍ରାସାଦ ମିଶ୍ର ନଳକୂପ ଖୋଳା ଯାଇଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲେ । ସେହିପରି ବିଡ଼ିଓ ରଶ୍ମିରଞ୍ଜନ ରାଉତ ଏବଂ ଥାନାଧିକାରୀ ରମାକନ୍ତ ସାହୁ ମଧ୍ୟ ପହଞ୍ଚି ନଳକୂପରୁ ବାହାରିଥିବା ପଥର ଗୁଣ୍ଡ ନିରୀକ୍ଷଣ କରିଥିଲେ । ଚକଚକ କରୁଥିବା ପଥରଗୁଣ୍ଡକୁ ଜମିମାଲିକ ସୁନା ବୋଲି ସନ୍ଦେହ କରୁଛନ୍ତି । ଏଣୁ ପରୀକ୍ଷଣ ପାଇଁ ଉକ୍ତ ପଥରଗୁଣ୍ଡର ନମୁନା ସଂଗ୍ରହ କରାଯାଇଛି । ପରୀକ୍ଷଣ ପରେ ଏହା ସୁନା କି ନୁହେଁ ସ୍ପଷ୍ଟହେବ ବୋଲି ତହସିଲଦାର ଶ୍ରୀ ମିଶ୍ର କହିଛନ୍ତି ।

ପ୍ରକାଶ ଯେ, ଗନ୍ଧମାର୍ଦ୍ଦନ ପାଦଦେଶରେ ବିଭିନ୍ନ ଧାତୁ ଭରପୁର ଥିବାବେଳେ ସୁନା ମଧ୍ୟ ରହିଥିବା ପୂର୍ବରୁ ଆଲୋଚନା ହେଉଥିଲା । ଛଞ୍ଚାଣବାହାଲି ଗ୍ରାମ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ରହିଛି । ଏଣୁ ଏହି ସ୍ଥାନରୁ ସୁନା ବାହାରିବ କି ନାହିଁ ଖଣିବିଭାଗ ତଦନ୍ତ କଲେ ସ୍ପଷ୍ଟ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର