ଗୋପ,୧୦/୦୬: ପୁରୀ ଜିଲ୍ଲା ଗୋପ ଥାନା ମହଲାପଡା ପଞ୍ଚାୟତରେ ବଡ଼ ଲୁଟ୍ । କୁଣ୍ଡି ଗାଁରେ ମହିଳାଙ୍କ ହାତଗୋଡ଼ ବାନ୍ଧି ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଗୋପ ଥାନା ପୁଲସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସୂଚନା ମୁତାବକ, କୁଣ୍ଡିସ ଗାଁର ଗୌରାଙ୍ଗ କାଣ୍ଡି ବମ୍ବେର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ତାଙ୍କର ପରିବାର ୧୫ ଦିନ ପାଇଁ ବମ୍ବେ ବୁଲିବା ପାଇଁ ଯାଇଥିଲେ । ଏହି ସମୟରେ ଘରେ କେବଳ ଦୁଇ ଭାଇ ଓ ଭାଇବୋହୂ ଝରଣା କାଣ୍ଡି ରହୁଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ଘର ପଛପଟେ ପଶିଥିଲେ । ସମସ୍ତ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଚୋରି ବେଳେ ଭାଇବୋହୂ ଝରଣା କାଣ୍ଡି ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କ ହାତଗୋଡ଼ ବାନ୍ଧି ଚାଲିଯାଇଥିଲେ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।