ମାଲକାନଗିରି,୨୬/୨ : ମାଲକାନଗିରି ଜିଲ୍ଲା ସଦର ମହକୁମାର ଦୂର୍ଗାଗୁଡି ସାହି ସ୍ଥିତ ମା ଦୂର୍ଗା ମନ୍ଦିରରୁ ସୁନା ଗହଣା ଚୋରୀ ଅଭିଯୋଗ ହୋଇଛି । ମନ୍ଦିର ମୁଖ୍ୟ ଫାଟକ ଓ ଗର୍ଭ ଗୃହ ଫାଟକ ତାଲା ଭାଙ୍ଗି ମନ୍ଦିରରେ ଥିବା ଅଳଙ୍କାର ସାମଗ୍ରୀ ଚୋରୀ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗୁରୁବାର ଦୂର୍ଗା ମନ୍ଦିରର ନୀତିକାନ୍ତି ପାଇଁ ସକାଳୁ ପୂଜକ ପର୍ଶୁରାମ ପୂଜାରୀ ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ବେଳେ ପୂର୍ବରୁ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।ସେହିପରି ମନ୍ଦିର ଗର୍ଭ ଗୃହର ଫାଟକ ତାଲା ମଧ୍ୟ ଭଙ୍ଗା ଯାଇଥିବା ଦେଖି ତୁରନ୍ତ ଏନେଇ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମହେଶ୍ୱର ଦାସ, ପ୍ରଦୀପ ରାଜୁ, କରୁଣା କର ପୂଜାରୀ ଙ୍କୁ ଅବଗତ କରାଇଥିଲେ। ତେବେ କମିଟିର ସଦସ୍ୟ ମାନେ ମନ୍ଦିରରେ ପହଞ୍ଚି ଯାଞ୍ଚ କରିବା ବେଳେ ଦୂର୍ଗାଙ୍କ ପ୍ରତିମୂର୍ତ୍ତିରେ ପିନ୍ଧା ଯାଇଥିବା ଲକ୍ଷାଧିକ ଟଙ୍କାର ସୁନାର ମଙ୍ଗଳ ସୂତ୍ର ହାର ନାହିଁ। ଏହି ତୁରନ୍ତ ଏନେଇ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଯୋଗ୍ୟ ଯେ ଗତ ତିନିମାସ ମଧ୍ୟରେ ମାଲକାନଗିରି ଥାନା ଅଞ୍ଚଳରେ ୧୫ ଟି ଚୋରି ଘଟଣା ହୋଇଛି। ସେଥି ମଧ୍ୟରେ ବାଇକ ଚୋରି, ଘରୁ ଓ ଦୋକାନରୁ ଚୋରି ହୋଇଥିବାର ଜଣା ପଡିଛି। ଏହି ଚୋରି ଘଟଣା ରେ ପୁଲିସ ପକ୍ଷରୁ ତଦନ୍ତ ରଦାର ଚାଲିଛି।