ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାତିଛନ୍ତି ଚୋର ; ତାଲା ଭାଙ୍ଗି ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇଗଲେ

Published By : Ankita S | March 2, 2025 12:25 PM

ଜି.ଉଦୟଗିରି,୨/୦୩: ଦିନକୁ ଦିନ ବଢିବାରେ  ଲାଗିଛି ଚୋରଙ୍କ ଉତ୍ପାତ । ଘରେ ବସି ବୁଲାଉଛନ୍ତି କଳାକନା । ଆସିକା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି । ତାଲା ଭାଙ୍ଗି ଘରେ ପଶି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁସାରେ, ଆସିକା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଜି.ଉଦୟଗିରି ସ୍ଥିତ ବାସଭବନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି । ପ୍ରଧାନ କଲୋନୀ ସ୍ଥିତ ତାଙ୍କ ବାସଭବନର ସାମ୍ନା ପଟୁ ତାଲା ଭାଙ୍ଗି ସୁନା ଅଳଙ୍କାର ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ବିଭୁନନ୍ଦନ ପଣ୍ଡା ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ କାମ ସାରି ଶନିବାର ଅପରାହ୍ନ ପ୍ରାୟ ୫ଟା ବେଳେ ଘରକୁ ଫେରିଥିଲେ । ଏହାପରେ ସେ ସାମ୍ନା କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ । ଘର ଭତରକୁ ଯାଇ ଦେଖନ୍ତି ତ ଜିନିଷ ପତ୍ର ଏଣେତେଣ ପଡିଛି । ଆଲମିରା ତଡା ହୋଇଛି । ସେଥିରେ ଥିବା ସୁନା ଗହଣା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଚୋରି ସୁନାଗହଣାର ଦାମ ଲକ୍ଷାଧିକ ହେବ ବୋଲି ଅନୁମାନ କରାଯାଉଛି । 

ତୁରନ୍ତ ଜି.ଉଦୟଗିରି ଥାନାରେ ଖବର ଦେଇଥିଲେ I ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ପହଞ୍ଚି ଛାନଭିନ କରିଛନ୍ତି ।  ଏ ନେଇ ଜି.ଉଦୟଗିରି ଥାନାରେ ୪୦/୨୫ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି ।  ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି ।



 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.