ଭୁବନେଶ୍ୱର,୧୫/୧୧: ସୁନା ଦରରେ ହ୍ରାସ ଘଟିଥିବାବେଳେ ସାମାନ୍ୟ ମହଙ୍ଗା ହୋଇଛି ରୁପା । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧୫୮୦ ଟଙ୍କା ଏବଂ ୧୪୫୦ ଟଙ୍କା ଶସ୍ତା ହୋଇଛି । ଫଳରେ ଉଭୟ ଯଥାକ୍ରମେ ୧,୨୭,୦୪୦ ଟଙ୍କା ଏବଂ ୧,୧୬,୪୫୦ ଟଙ୍କାକୁ ଖସିଆସିଛି ।

ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୧୦୦ ଟଙ୍କା ମହଙ୍ଗା ହୋଇ ୧,୮୩,୧୦୦ ଟଙ୍କାରେ ପହଞ୍ଚିଛି । ସମ୍ପ୍ରତି ଉଭୟ ଧାତୁର ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଏହାସହିତ ବଜାରରେ ଏକ ପ୍ରକାର ଅସ୍ଥିରତାର ମାହୋଲ ରହିଛି । ଆମେରିକୀୟ ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ସହିତ ଆଗକୁ ସୁନା ଦରରେ ବୃଦ୍ଧି ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି ।