ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

Gold Rate: ବାଣିଜ୍ୟ ଯୁଦ୍ଧ ଭୟରେ କମୁଛି ସୁନାଦର; ଜଣନ୍ତୁ ଆଜିର ଦର କେତେ

Published By : Bijay Swain | April 7, 2025 10:45 PM

Image courtesy: businesstoday

ନୂଆଦିଲ୍ଲୀ: ସୋମବାର ଦିନ ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ସୁନାମୁଲ୍ୟରେ ୧,୫୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୯୧,୪୫୦ ଟଙ୍କାରେ ପହଞ୍ଚିଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍, ଜୁଏଲରୀ ଏବଂ ଷ୍ଟକିଷ୍ଟମାନଙ୍କ ଦ୍ୱାରା ବିପୁଳ ପରିମାଣରେ ବିକ୍ରି ଏବଂ ବିଶ୍ୱ ବଜାରରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଏହି ହ୍ରାସ ଘଟିଛି ବୋଲି କହିଛି। ଶୁକ୍ରବାର ଦିନ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ୯୩,୦୦୦ ଟଙ୍କା ରହିଥିଲା। ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ମଧ୍ୟ ୧,୫୫୦ ଟଙ୍କା ହ୍ରାସ ପାଇ ୯୧,୦୦୦ ଟଙ୍କାରେ ପହଞ୍ଚିଛି। ତେବେ ପୂର୍ବଥର ବଜାର ବନ୍ଦ ସମୟରେ ସୁନାଦର ୯୨,୫୫୦ ଟଙ୍କା ରହିଥିଲା।

ଏଚଡିଏଫସି ସିକ୍ୟୁରିଟିଜ୍‌ର ସିନିୟର କମୋଡିଟି ବିଶ୍ଳେଷକ ସୌମିଲ ଗାନ୍ଧୀ କହିଛନ୍ତି, "ଇକ୍ୱିଟି ବଜାର ଏବଂ ଅନ୍ୟାନ୍ୟ ସମ୍ପତ୍ତି ଶ୍ରେଣୀରେ ନିବେଶ କରିଥିବା ନିବେଶକମାନେ କ୍ଷତି ଭୟରେ ବିକ୍ରି ଜାରି ରହିଥିବାରୁ ସୁନାର ମୂଲ୍ୟ ହ୍ରାସ ପାଇଛି। ଯାହା ନିବେଶ କରିବାକୁ ସବୁଠୁ ସୁରକ୍ଷିତ ଧାତୁ ସୁନା ଉପରେ ନକାରାତ୍ମକ ପ୍ରଭାବ ପକାଇଛି।"

ପଞ୍ଚମ ଦିନ ପାଇଁ ଲଗାତାର ହ୍ରାସର ଧାରା ଜାରି ରଖି ରୂପାର ମୂଲ୍ୟ ୩,୦୦୦ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୯୨,୫୦୦ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ବଜାର ବନ୍ଦ ହେବା ସମୟରେ ଏହା ୯୫,୫୦୦ ଟଙ୍କାରେ ବନ୍ଦ ହୋଇଥିଲା। ଗତ ପାଞ୍ଚ ଦିନ ମଧ୍ୟରେ ରୂପାର ମୂଲ୍ୟ ୧୦,୫୦୦ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଛି।

ବିଶ୍ୱ ବଜାରରେ ସ୍ପଟ୍ ଗୋଲ୍ଡର ମୂଲ୍ୟ ୧୦.୧୬ ଡଲାର (୦.୩୩ ପ୍ରତିଶତ) ହ୍ରାସ ପାଇ ୩,୦୨୭.୨୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି। ଏଲକେପି ସିକ୍ୟୁରିଟିଜ୍‌ର ଭିପି ରିସର୍ଚ୍ଚ ଆନାଲିଷ୍ଟ ଜତୀନ ତ୍ରିବେଦୀ କହିଛନ୍ତି, "ନିବେଶକମାନେ ଆମେରିକାର ପରବର୍ତ୍ତୀ ପଦକ୍ଷେପ ଏବଂ ବାଣିଜ୍ୟ ଉତ୍ତେଜନା ପରେ ଆଉ ଅଧିକ ନିବେଶ କରିବାକୁ ଚାହୁଁନାହାନ୍ତି। ଯାହା ବଜାରରେ ଅସ୍ଥିରତା ସୃଷ୍ଟି କରିଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ଆସୁଥିବା ଆମେରିକୀୟ ଗ୍ରାହକ ମୂଲ୍ୟ ସୂଚକାଙ୍କ(ସିପିଆଇ)ର ତଥ୍ୟ ସୁଧ ହାର କମାଇବା ଆଶାକୁ ପ୍ରଭାବିତ କରିପାରେ। ଯାହା ସୁନାର ଦରକୁ ଆହୁରି କମ କରିପାରେ।

ଦେଶୀୟ ବଜାର ପାଇଁ ତ୍ରିବେଦୀ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୀତି ବୈଠକ ଉପରେ ନିବେଶକଙ୍କ ନଜର ରହିବ। ତେବେ ଏସୀୟ ବଜାରରେ ସ୍ପଟ୍ ସିଲଭରର ମୂଲ୍ୟ ୧.୬୫ ପ୍ରତିଶତ ବୃଦ୍ଧି ପାଇ ୩୦.୦୪ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି।

କୋଟକ ସିକ୍ୟୁରିଟିଜ୍ ଅନୁଯାୟୀ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଲଟା ଶୁଳ୍କ ଏବଂ ଚୀନର ପ୍ରତିଶୋଧମୂଳକ ପଦକ୍ଷେପ ଯୋଗୁଁ ବଜାରର କାରବାରରେ ତଳକୁ ଖସିଛି। ଯାହା ସୁନାର ମୂଲ୍ୟରେ ହ୍ରାସକୁ ପ୍ରଭାବିତ କରିଛି। ଆଗକୁ ମଧ୍ୟ ବଜାରର ଅବସ୍ଥା ସ୍ଥିର ହେବାର ସମ୍ଭାବନା ନଥିବାରୁ ସୁନା ମୁଲ୍ୟରେ ହ୍ରାସ ଘଟିବାର ବହୁଳ ସମ୍ଭାବନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.