PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆଜି ପୁଣି ମହଙ୍ଗା ହେଲା ସୁନା ଦର, ରୁପା ମୂଲ୍ୟ ବି ବଢ଼ିଲା, ଜାଣନ୍ତୁ କେତେ ରହିଛି ଦରଦାମ

Image Courtesy: Aaj Tak

ନୂଆଦିଲ୍ଲୀ,୦୭/୧୦: ଶୁକ୍ରବାର ପୁଣିଥରେ ସୁନା ଓ ରୁପା ମୁଲ୍ୟରେ ବୃଦ୍ଧି ହୋଇଛି। ଏଚଡିଏଫସି ସିକ୍ୟୁରିଟିସ୍‌ ମୁତାବକ ଟଙ୍କାର ମୁଲ୍ୟ ହ୍ରାସ ଭିତରେ ସୁନା ଦର ୧୦ ଗ୍ରାମ ପ୍ରତି ୩୭ ଟଙ୍କା ବୃଦ୍ଧି ହୋଇଥିବା କୁହାଯାଉଛି। ଯାହାଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ମୁଲ୍ୟ ୫୨,୩୦୦ ଟଙ୍କାରେ ପହଞ୍ଚିଛି। ଗୁରୁବାର ୧୦ ଗ୍ରାମ ପ୍ରତି ସୁନାର ମୁଲ୍ୟ ୫୨,୨୬୩ ଟଙ୍କା ରହିଥିଲା। ଏହା ସହିତ ରୁପା ମୁଲ୍ୟରେ ମଧ୍ୟ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଥିଲା।

ଏଚଡିଏଫସି ସିକ୍ୟୁରିଟିସରେ ରୁପା ମୁଲ୍ୟରେ କେଜି ପ୍ରତି ୩୧୧ ଟଙ୍କା ବୃଦ୍ଧି ପାଇଥିଲା। ଫଳରେ ଏକ କେଜି ରୁପାର ମୁଲ୍ୟ ୬୨,୦୨୨ ଟଙ୍କାରେ ପହଞ୍ଚିଛି। ଏହାପୂର୍ବରୁ ଏକ କେଜି ରୁପାର ମୁଲ୍ୟ ଥିଲା ୬୧,୭୧୧ ଟଙ୍କା। ଆମେରିକା ଡଲାର ତୁଳନାରେ ଆଜି ଭାରତୀୟ ମୁଦ୍ରା ୪୩ ପଇସା କମିଯାଇ ୮୨.୩୨ ପଇସା ହୋଇଛି। ଯାହାକି ପୂର୍ବରୁ ଏକ ଡଲାର ତୁଳନାରେ ୮୧.୮୯ ପଇସା ରହିଥିଲା।

ସମ୍ବନ୍ଧିତ ଖବର