PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଦୁଇ ମାସରେ ସବୁଠାରୁ ଅଧିକ: ୫୨ ହଜାର ପାର କଲା ସୁନା, ଆଗକୁ ଆହୁରି ବଢିବ

ନୂଆଦିଲ୍ଲୀ,୪।୭: ଆମଦାନୀ ଶୁଳ୍କରେ ବୃଦ୍ଧି ପରେ ପୁଣି ଆକାଶ ଛୁଆଁ ଦରରେ ପହଁଞ୍ଚିଛି ସୁନା। ମାତ୍ର ଦୁଇଟି ଟ୍ରେଡିଂ ସିଜିନ୍‌ ଭିତରେ ୧୭୦୦ ଟଙ୍କା ମହଙ୍ଗା ହୋଇସାରିଛି। ଏବେ ୨୪ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ମୂଲ୍ୟ ୫୨ ହଜାର ଟଙ୍କା ପାର କରିସାରିଛି। ସୁନାର ବଜାର ମୂଲ୍ୟ ସୋମବାର ଦୁଇ ମାସରେ ସବୁଠାରୁ ଅଧିକ ରହିଛି।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଉପରେ ଆଜି ସକାଳେ ୨୪ କ୍ୟାରେଟ୍‌ ସୁନାର ବଜାର ମୂଲ୍ୟ ୩୨୩ ଟଙ୍କା ବଢି ୫୨,୨୪୦ ଟଙ୍କା ପ୍ରତି ୧୦ ଗ୍ରାମ୍‌ରେ ପହଁଞ୍ଚି ଯାଇଛି। ସକାଳେ ସୁନା କାରବାରର ଆରମ୍ଭ  ୫୨,୦୫୦ ଟଙ୍କା ପ୍ରତି ୧୦ ଗ୍ରାମ୍‌ ସ୍ତରରେ ହୋଇଥିଲା, କିନ୍ତୁ ସପ୍ଲାଇ ଉପରେ ପ୍ରଭାବ ପଡିବା କାରଣରୁ ଏହା ଆହୁରି ବୃଦ୍ଧି ପାଇଥିଲା। ପୂର୍ବ ଦର ତୁଳନାରେ ସୁନା ପ୍ରାୟ ୦.୬ ପ୍ରତିଶତ ବଢି ଟ୍ରେଡିଂ କରୁଛି।

ସରକାର ଗତ ଶୁକ୍ରବାର ସୁନାର ଆମଦାନୀ ଶୁଳ୍କ ୭.୫ ପ୍ରତିଶତରୁ ବଢାଇ ୧୨.୫ ପ୍ରତିଶତ କରିଦେଇଛନ୍ତି, ଯାହାର ପ୍ରଭାବ ସୁନାର ଦର ଉପରେ ଦେଖିବାକୁ ମିଳିଛି। କେବଳ ସୁନା ନୁହେଁ ରୂପାର ବଜାର ମୂଲ୍ୟ ମଧ୍ୟ ବଢିଛି। ଆଜି ସକାଳେ ଏମସିଏକ୍ସରେ ରୂପାର ବଜର ଦର ୫୮ ଟଙ୍କା ବଢି ୫୭,୮୦୦ ଟଙ୍କା ପ୍ରତି କିଲୋଗ୍ରାମ୍ ଦରରେ ପହଁଞ୍ଚି ଯାଇଛି।