PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ସୁନା-ରୂପା କିଣିବାର ସୁଯୋଗ, ଦାମ୍ ପୁଣି ଖସିଲା

https://www.eastcoastdaily.in/

ନୂଆଦିଲ୍ଲୀ ୧୪/୮: ସୁନା ରୂପା ଦାମ୍ ଲଗାତର ଖସିବାରେ ଲାଗିଛି । MCXରେ ସୁନା ପ୍ରାୟ ୫୫୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ଦାମ୍ ୫୨୩୬୪କୁ ଆସିଯାଇଛି । ଗତକାଲି ସୁନାର କ୍ଲୋଜିଂ ୫୨୯୩୦ ତୁଳନାରେ ଆଜି ୫୨୬୭୫ ଟଙ୍କା ପ୍ରତି ୧୦ ଗ୍ରାମ ଦାମରେ ଖୋଲିଥିଲା । ରୂପା ଦାମରେ ମଧ୍ୟ ଲଗାତର ହ୍ରାସ ନଜର ଆସୁଛି । ରୂପା ପୁଣି ୭୦ ହଜାର ଟଙ୍କା ପ୍ରତି କିଲୋ ତଳକୁ ଖସିଆସିଛି । ରୂପା ଦାମରେ ୨୭୦୦ ଟଙ୍କାରୁ ଅଧିକ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ରୂପା ୪୩୨୪ ଟଙ୍କାର ମଜଭୁତି ସହିତ ୭୧୦୭୭ରେ ବନ୍ଦ ହୋଇଥିଲା ଏବଂ ଆଜି ହ୍ରାସ ସହିତ ୭୦୬୫୦ ଟଙ୍କାରେ ଖୋଲିଥିଲା । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଓ ରୂପା ଦାମ୍ ଖସିଛି । ବ୍ଲୁମର୍ଗ ଅନୁସାରେ କମେକ୍ସରେ ସୁନାର ବାଏଦା ଦାମ୍ ୮.୯୦ ଡଲାର୍ ହ୍ରାସ ପାଇ ୧୯୬୧.୫୦ ଡଲାର ପ୍ରତି ଆଉନ୍ସରେ ଚାଲୁଛି । ଯଦିଓ ହାଜିରା ବଜାରରେ ସୁନା ଦାମ୍ ୧.୯୫ ଡଲାର ହ୍ରାସ ସହିତ ୧୯୫୧.୭୬ ଡଲାର୍ ପ୍ରତି ଆଉନ୍ସରେ ଚାଲୁଛି ।

ସର୍ରୋଫା ବଜାରରେ କଣ ରହିଛି ଦାମ୍ ?
India Bullion and Jewellers Association (IBJA) ଅନୁସାରେ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ସର୍ରୋଫା ବଜାରରେ ୨୪ କ୍ୟାରେଟ୍ ଗୋଲ୍ଡର ଦାମ୍ ୫୨୯୫୬ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ଯଦିଓ ୨୨ କ୍ୟାରେଟ୍ ଗୋଲ୍ଡର ଦାମ୍ ୫୨୭୪୪ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ରୂପା ଦାମ୍ ୬୮୬୭୬ ଟଙ୍କା ପ୍ରତି କିଲୋ ରହିଛି ।