PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ସୁନା ହେଲା ମହଙ୍ଗା, ରୂପା ଦାମ୍ ଖସିଲା

ନୂଆଦିଲ୍ଲୀ ୨/୭: ଭାରତୀୟ ସର୍ରୋଫା ବଜାରରେ ସୁନାର ସାପ୍ତାହିକ ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । ତେବେ ରୂପା ଦାମ୍ ଖସିଛି । ଚଳିତ ବାଣିଜ୍ୟିକ ସପ୍ତାହରେ ସୁନା ଦାମ ୬୯୭ ଟଙ୍କା ପ୍ରତି ୧୦ ଗ୍ରାମ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଯଦିଓ ରୂପା ଦାମରେ ୩୦୫୯ ଟଙ୍କା ପ୍ରତି କିଲୋଗ୍ରାମର ବଡ ହ୍ରାସ ପରିଲକ୍ଷିତ ହୋଇଛି । ଇଣ୍ଡିଆ ବୁଲିୟନ୍ ଏଣ୍ଡ ଜ୍ୱେଲର୍ସ ଆସୋସିଏସନ୍ ଅର୍ଥାତ୍ IBJAର ୱେବସାଇଟ ଅନୁସାରେ ଏହି ବିଜନେସ୍ ୱିକ(୨୭ ଜୁନରୁ ୧ ଜୁଲାଇ) ଆରମ୍ଭରେ ୨୪ କ୍ୟାରେଟ୍ ସୁନା ରେଟ୍ ୫୧,୦୯୪ ଥିଲା, ଯାହା କି ଶୁକ୍ରବାର ସୁଦ୍ଧା ବୃଦ୍ଧି ପାଇ ୫୧,୭୯୧ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ସେହିଭଳି ୯୯୯ ଶୁଦ୍ଧ ରୂପା ଦାମ୍ ୬୦,୮୩୨ରୁ ହ୍ରାସ ପାଇ ୫୭,୭୭୩ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି ।

ଗତ ଏକ ସପ୍ତାହରେ କେତେ ବଦଳିଲା ସୁନା ଦାମ୍

୨୭ ଜୁନ୍- ୫୧,୦୯୪ ଟଙ୍କା ପ୍ରତି ୧୦ ଗ୍ରାମ

୨୮ ଜୁନ୍- ୫୧,୦୨୯ ଟଙ୍କା ପ୍ରତି ୧୦ ଗ୍ରାମ

୨୯ ଜୁନ୍- ୫୧,୧୫୯ ଟଙ୍କା ପ୍ରତି ୧୦ ଗ୍ରାମ

୩୦ ଜୁନ୍-୫୦,୮୬୩ ଟଙ୍କା ପ୍ରତି ୧୦ ଗ୍ରାମ

୧ ଜୁଲାଇ- ୫୧,୭୯୧ ଟଙ୍କା ପ୍ରତି ୧୦ ଗ୍ରାମ

ଗତ ଏକ ସପ୍ତାହରେ କେତେ ବଦଳିଲା ରୂପା ଦାମ୍

୨୭ ଜୁନ୍- ୬୦,୮୩୨ ଟଙ୍କା ପ୍ରତି କିଲୋଗ୍ରାମ

୨୮ ଜୁନ୍- ୬୦,୫୧୮ ଟଙ୍କା ପ୍ରତି କିଲୋଗ୍ରାମ
୨୯ ଜୁନ୍- ୫୯,୮୫୩ ଟଙ୍କା ପ୍ରତି କିଲୋଗ୍ରାମ

୩୦ ଜୁନ୍- ୫୮,୮୦୩ ଟଙ୍କା ପ୍ରତି କିଲୋଗ୍ରାମ

୧ ଜୁଲାଇ- ୫୭,୭୭୩ ଟଙ୍କା ପ୍ରତି କିଲୋଗ୍ରାମ


କେନ୍ଦ୍ର ସରକାର ସୁନା ଉପରେ ଇମ୍ପୋର୍ଟ ଡ୍ୟୁଟିରେ ୫ ପ୍ରତିଶତ ବୃଦ୍ଧି କରିଦେଇଛନ୍ତି । ଆମଦାନୀ ଶୁଳ୍କକୁ ୭.୫ ପ୍ରତିଶତରୁ ବଢାଇ ୧୨.୫ ପ୍ରତିଶତ କରିଦେଇଛନ୍ତି । ସରକାରଙ୍କ ଇମ୍ପୋର୍ଟ ଡ୍ୟୁଟି ବଢାଇବା ଫଳରେ ଦେଶରେ ସୁନା ଦାମରେ ବୃଦ୍ଧି ହେବ । କହିରଖୁଛୁ ଜେମ୍ସ ଏବଂ ଜ୍ୱଲେରୀ ସପ୍ଲାଇରେ ୨୦୨୧-୨୨ରେ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଏହା ପ୍ରାୟ ୫୫ ପ୍ରତିଶତ ବଢି ୩୯.୧୫ ଅରବ ଡଲାରରେ ପହଞ୍ଚି ଯାଇଛି ।