ନୂଆଦିଲ୍ଲୀ,୬/୦୫: ବିଶ୍ୱ ବଜାରରୁ ସକରାତ୍ମକ ସଙ୍କେତ ମିଳିବା ପରେ ଆଜି ଏମସିଏକ୍ସରେ ସୁନାର ମୂଲ୍ୟ ୧% ବୃଦ୍ଧି ପାଇଛି। ଡଲାରର ଦୁର୍ବଳତା ଓ ଅଶୋଧିତ ତୈଳ ହ୍ରାସ ଏହି ବୃଦ୍ଧିକୁ ପ୍ରୋତ୍ସାହିତ କରିଛି। ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଚାଲିଥିବା ବିବାଦର ସମାଧାନ ପାଇଁ ଆଶା ବୃଦ୍ଧି ପାଇବାରୁ ତୈଳ ମୂଲ୍ୟ ହ୍ରାସ ପାଇଛି । 

ଏମସିଏକ୍ସ ସୁନା ପ୍ରତି ୧୦ ଗ୍ରାମ ମୂଲ୍ୟ ପ୍ରାୟ ୨ ହଜାର( ୧%ରୁ ଅଧିକ ) ବୃଦ୍ଧି ପାଇ ୧,୫୧,୭୫୦ରେ ପହଞ୍ଚିଛି । ଅନ୍ୟପଟେ ଏମସିଏକ୍ସ  ରୂପା ପ୍ରତି କିଲୋଗ୍ରାମ ମୂଲ୍ୟ ୬,୩୦୦ ଟଙ୍କା( ପ୍ରାୟ ୩%) ବୃଦ୍ଧି ପାଇ ୨,୫୦,୭୨୪ରେ କାରବାର କରୁଛି। ପୂର୍ବ ଅଧିବେଶନରେ ସୁନା ପ୍ରତି ୧୦ ଗ୍ରାମ ମୂଲ୍ୟ ୧,୪୯,୮୩୮(୦.୩%) ବୃଦ୍ଧି ପାଇ୍ ଏବଂ ରୂପା ପ୍ରତି କିଲୋଗ୍ରାମ ମୂଲ୍ୟ ୨,୪୪,୪୨୦(୦.୨%) ବୃଦ୍ଧି ପାଇ ବନ୍ଦ ହୋଇଥିଲା । 

କାହିଁକି ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ?

୧. ଅଶୋଧିତ କୈଳ ମୂଲ୍ୟ ହ୍ରାସ- ବ୍ରେଣ୍ଟ ଅଶୋଧିକ ତୈଳ ବ୍ୟାରେଲ ପିଛା ୨% ହ୍ରାସ ପାଇ ୧୧୦ ଡଲାର ତଳକୁ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ସହିତ ଏବ ସମ୍ଭାବ୍ୟ ଶାନ୍ତି ଚୁକ୍ତି ପାଇଁ ସଙ୍କେତ ଦେବା ପରେ ହର୍ମୁଜ ପ୍ରଣାଳୀ ଦେଇ ତୈଳ ଯୋଗାଣ ପୁନର୍ବାର ଆରମ୍ଭ ହେବାର ଆସା ବୃଦ୍ଧି ପାଇଛି। 

୨.ଡଲାର ସୂଚକାଙ୍କ ହ୍ରାସ- ଡଲାର ସୂଚକାଙ୍କ ୦.୨୦% ଦୁର୍ବଳ ହୋଇଥିଲା ,ଯାହା ଫଳରେ ବିଦେଶୀ ମୁଦ୍ରାରେ ସୁନା କ୍ରେତାଙ୍କ ପାଇଂ କମ ମହଙ୍ଗା ହୋଇଥିଲା । 

୩.ମୁଦ୍ରାସ୍ପୀତି ଚିନ୍ତା ହ୍ରାସ- ଇଣ୍ଡସଇଣ୍ଡ ସିକ୍ୟୁରିଟିଜର ବରିଷ୍ଠ ଗବେଶଣା ବିଶ୍ଳେଷକ ଜିଗର ତ୍ରିବେଦୀଙ୍କ ଅନୁଯାୟୀ,ମଧ୍ୟପ୍ରାଚ୍ୟର ଉତ୍ତେଜନା ହ୍ରାସ ହେବାର ସଙ୍କେତ ଦେଇ ତୈଳ ମୂଲ୍ୟ ହ୍ରାସ ପାଉଛି, ଯାହା ମୁଦ୍ରାସ୍ପୀତି ଭୟକୁ ହ୍ରାସ କରିଛି ଏବଂ ସୁନା ମୁସ୍ୟ ବୃଦ୍ଧି ପାଉଛି। 


ଆମେରିକା ଇରାନ ଯୁଦ୍ଧ ପରେ ସୁନା ସ୍ଥିତି: ଫେବୃଆରୀ ୨୮, ୨୦୨୬,ଏମସିଏକ୍ସ ଅନୁଯାୟୀ, ଯେଉଁଦିନ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଥିଲେ ସେହି ଦିନଠାରୁ  ଘରୋଇ ସୁନା ମୂଲ୍ୟ ୭% ହ୍ରାସ ପାଇଛି।  ଯାହାପରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଅଧିକ ସମୟ ପାଇଁ ସୁଧ ହାର ଉଚ୍ଚ ରଖିବେ ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା ।