ନୂଆଦିଲ୍ଲୀ, ୨୯/୦୧ : ହାଇଜମ୍ପ ମାରିଲା ସୁନା। ଆହୁରି ବଢିଲା ହଳଦିଆ ଧାତୁର ଚମକ। ଏକାଥରକେ ୧୧ ହଜାର ୭୭୦ ଟଙ୍କା ବଢିଲା ୨୪ କ୍ୟାରେଟ୍ ସୁନା ଦର। ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ହଜାର ୮୦୦ ଟଙ୍କା ବଢିଛି। ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କାକୁ ବୃଦ୍ଧି ହୋଇଛି।
ଗୁରୁବାର ସୁନା ଦର ହାଇଜମ୍ପ ମାରିଛି। ଦେଶର ଭିନ୍ନ ଭିନ୍ନ ସହରରେ ସୁନା ଓ ରୁପା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ପାଇଁ ରୁପା ଦର କିଲୋଗ୍ରାମ ପିଛା ୪ ଲକ୍ଷ ପାର୍ କରିଛି। ସେହିପରି ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୮୦ ହଜାର ପାଖାପାଖି ପହଞ୍ଚି ଯାଇଛି।
ଦିଲ୍ଲୀ
୨୪ କ୍ୟାରେଟ୍ ସୁନା ଦର = ୧,୭୯,୦୦୦ ଟଙ୍କା
୨୨ କ୍ୟାରେଟ୍ ସୁନା ଦର = ୧,୬୪,୧୦୦ ଟଙ୍କା
ମୁମ୍ଵାଇ
୨୪ କ୍ୟାରେଟ୍ ସୁନା ଦର =୧,୭୮,୮୫୦ ଟଙ୍କା
୨୨ କ୍ୟାରେଟ୍ ସୁନା ଦର = ୧,୬୩,୯୫୦ ଟଙ୍କା
ଚେନ୍ନାଇ
୨୪ କ୍ୟାରେଟ୍ ସୁନା ଦର = ୧,୭୦,୩୦୦ଟଙ୍କା
୨୨ କ୍ୟାରେଟ୍ ସୁନା ଦର = ୧,୫୬,୧୧୦ଟଙ୍କା
କୋଲକାତା
୨୪ କ୍ୟାରେଟ୍ ସୁନା ଦର = ୧,୭୮,୮୫୦ ଟଙ୍କା
ପାଟନା
୨୨ କ୍ୟାରେଟ୍ ସୁନା ଦର = ୧,୬୪,୧୦୦ ଟଙ୍କା