ଭୁବନେଶ୍ୱର,୧୮/୦୪: ଆଜି ପବିତ୍ର  ଗୁଡ୍‌ ଫ୍ରାଇଡେ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପ୍ରାର୍ଥନା ମାଧ୍ୟମରେ ଯୀଶୁଙ୍କୁ ସ୍ମରଣ କରିବେ ।  ପାପିର ପାପ ନାଶ ପାଇଁ ପ୍ରଭୁ ଯୀଶୁ ବଳିଦାନ  ଦେଲେ । କ୍ରୁଶ ବିଦ୍ଧ ହୋଇ ମଣିଷର ସମସ୍ତ  ଦୁଃଖ କଷ୍ଟ ଲାଘବ କଲେ । ସେହି ଦିନ ଥିଲା ଶୁକ୍ରବାର(ଗୁଡ୍‌ ଫ୍ରାଇଡେ) । 

ଏଭଳି ଏକ ପବିତ୍ର  ଦିନର ସ୍ମୃତିଚାରଣ କରିବାକୁ ଆଜି ରାଜଧାନୀର  ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ  ଏକାଠି ହେବେ । ସକାଳୁ ସନ୍ଧ୍ୟା ଯୀଶୁଙ୍କ  ଉପାସନା କରିବେ । ସତ୍ୟନଗର କ୍ୟାଥୋଲିକ  ଚର୍ଚ୍ଚରେ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି