ଧନୀ ହେବା ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ, କ’ଣ ଆପଣଙ୍କ ସହିତ ମଧ୍ୟ ଘଟିଛି ଏପରି ଘଟଣା?

ନୂଆଦିଲ୍ଲୀ ୨୧/୦୫: ବହୁତ ଧନ-ସମ୍ପତ୍ତିର ଅଧିକାରୀ ହେବା ଅଧିକାଂଶ ଲୋକଙ୍କ ସ୍ୱପ୍ନ। ମା’ ଲକ୍ଷ୍ମୀଙ୍କ କୃପା ବ୍ୟକ୍ତିଙ୍କୁ ଧନୀ କରିଥାଏ। ବାସ୍ତୁ ଶାସ୍ତ୍ରରେ ଏପରି କିଛି ସଙ୍କେତ କୁହାଯାଇଛି, ଯାହା ମିଳିବା ଆର୍ଥିକ ପରିସ୍ଥିତି ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଯେଉଁମାନଙ୍କୁ ଏହି ସଙ୍କେତ ମିଳିଥାଏ, ସେମନାଙ୍କୁ ନିକଟ ଭବିଷ୍ୟତରେ ଧନ ଲାଙ ହେବାର ସମ୍ଭାବନା ରହିଥାଏ।
ଏହି ସଙ୍କେତ ଦେଇଥାଏ ମାଲାମାଲ ହେବାର ସୂଚନା :
-ଅନେକ ଲୋକ ଝିଟିପିଟିକୁ ଭୟ କରନ୍ତି। କିନ୍ତୁ ଯଦି ଘରେ ୩ଟି ଝିଟିପିଟିକୁ ଏକାଠି ଦେଖନ୍ତି, ତେବେ ଏହା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦର ସଙ୍କେତ।
-ଘରେ କଳା ପିମ୍ପୁଡ଼ି ଦେଖିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଯଦି ହଠାତ୍ ଘରେ କଳା ପିମ୍ପୁଡ଼ି ଦେଖାଯାଏ, ତେବେ ଏହା ଧନ ଲାଭର ସଙ୍କେତ । ଏହା ଘରର କୌଣସି ସଦସ୍ୟଙ୍କ ବଡ ଅଗ୍ରଗତି ହେବାର ମଧ୍ୟ ସଙ୍କେତ ହୋଇପାରେ।
-ଯଦି ଘରର ଛାତ, ବାଲକୋନି କିମ୍ବା ପ୍ରାଙ୍ଗଣରେ ପକ୍ଷୀ ବସା ତିଆରି କରେ, ତେବେ ଏହା ଶୁଭ ହୋଇଥାଏ। ଏହା ଘରେ ସୁଖ ଏବଂ ସମୃଦ୍ଧି ଆଣିଥାଏ।
-ପୁରୁଷମାନଙ୍କ ଡାହାଣ ପାପୁଲି ଏବଂ ମହିଳାମାନଙ୍କର ବାମ ପାପୁଲି କୁଣ୍ଡେଇ ହେବା ଧନ ଆଣିଥାଏ ବୋଲି ବିଶ୍ୱାସ କରାଯାଏ । ଯଦି ଦୀର୍ଘ ଦିନ ଧରି ପାପୁଲିରେ କୁଣ୍ଡେଇ ହୁଏ, ତେବେ ଆପଣଙ୍କୁ ବହୁତ ଧନ ମିଳିପାରେ।
-ଘରୁ ବାହାରକୁ ଯିବାବେଳେ ଯଦି କେହି ଘର ଝାଡୁ କରୁଥିବା ଦେଖାଯାଏ, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା କାର୍ଯ୍ୟ, ସମ୍ମାନ, ଅର୍ଥରେ ସଫଳତା ଆଣିଥାଏ।
-ଘରୁ ବାହାରିବା ସମୟରେ ପାଣିରେ ଭର୍ତ୍ତି ହୋଇଥିବା ପାତ୍ରକୁ ଦେଖିବା, କୌଣସି ଗାଈ ବାଛୁରୀକୁ ଖିର ଖୁଆଇବା ମଧ୍ୟ ଜୀବନରେ ବଡ଼ ଖୁସିର ପରିବର୍ତ୍ତନର ସଙ୍କେତ ହୋଇଥାଏ।
-ସ୍ୱପ୍ନରେ ଧଳା ହାତୀ, ଧଳା ସାପ, କଳସ ଦେଖିବା ବହୁତ ଭଲ ହୋଇଥାଏ। ଯଦି ଏପରି ସ୍ୱପ୍ନ ଆସେ, ତେବେ ବ୍ୟକ୍ତିର ଭାଗ୍ୟ ବଦଳିଯାଏ। ଏପରି ସ୍ୱପ୍ନ ବ୍ୟକ୍ତିକୁ କୌଣସି ସମୟରେ ଧନୀ କରିଥାଏ।