PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

HDFC ଗ୍ରାହକଙ୍କ ପାଇଁ ଖୁସି ଖବର, ସୁଧ ଦରରେ ପରିବର୍ତ୍ତନ ଆଣିଲା ବ୍ଯାଙ୍କ

ନୁଆଦିଲ୍ଲୀ ୨୩/୭: ଏଚଡିଏଫସି ବ୍ୟାଙ୍କ ୨ କୋଟିରୁ କମ୍ ରାଶିର ଫିକ୍ସଡ ଡିପୋଜିଟ(FD)ରେ ସୁଧ ଦରରେ ପରିବର୍ତ୍ତନ କରିଛି । ନୂଆ ଦର ୨୨ ଜୁଲାଇ ୨୦୧୯ରୁ ଲାଗୁ ହୋଇଯାଇଛି । ପର୍ସନାଲ୍ ଲୋନ୍ ଦେଉଥିବା ଦେଶର ସବୁଠାରୁ ବଡ ସଂସ୍ଥା ନିଜ କଷ୍ଟମରଙ୍କୁ ୭ ଦିନରୁ ଆରମ୍ଭ କରି ୧୦ ବର୍ଷର ଅବଧି ପର୍ଯ୍ଯନ୍ତ ଅଲଗା ଅଲଗା ଏଫଡି ଜମା ଉପରେ ୩.୫୦ ପ୍ରତିଶତରୁ ଆରମ୍ଭ କରି ୭.୩୦ ପ୍ରତିଶତ ପର୍ଯ୍ଯନ୍ତ ବାର୍ଷିକ ସୁଧ ଦେଉଛି ।

ଏହି ଅବଧିର ଏଫଡି ଉପରେ ହୋଇଛି ପରିବର୍ତ୍ତନ
ବ୍ଯାଙ୍କ ତରଫରୁ କରାଯାଇଥିବା ପରିବର୍ତ୍ତନ ଅନୁସାରେ ୭ ଦିନରୁ ଆରମ୍ଭ କରି ୨୯ ଦିନରେ ମେଚ୍ୟୁର ହେଉଥିବା ଏଫଡି ଉପରେ ସୁଧ ଦରରେ କିଛି ପରିବର୍ତ୍ତନ କରାଯାଇନି  । ଅର୍ଥାତ୍ ଏହା ପୂର୍ବଭଳି ୪.୨୫ ପ୍ରତିଶତ ରହିବ  । ବ୍ଯାଙ୍କ ୱେବସାଇଟ୍ ଅନୁସାରେ ଏଚଡିଏଫସି ବ୍ଯାଙ୍କ ୩୦ ଦିନରୁ ଆରମ୍ଭ କରି ୬ ମାସ, ୬ ମାସରୁ ଆରମ୍ଭ କରି ଏକ ବର୍ଷରେ ମେଚ୍ଯୁର ହେଉଥିବା ଏଫଡି ଉପରେ ସୁଧରେ ପରିବର୍ତ୍ତନ କରାଯାଇଛି । ଏହା ବ୍ୟତୀତ ଲଙ୍ଗ ଟର୍ମ ଟ୍ୟାକ୍ସ ସେଭିଂ ଏଫଡି ଉପରେ ମିଳୁଥିବା ସୁଧ ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି ।

ବରିଷ୍ଠ ନାଗରିକଙ୍କ ପାଇଁ ୬%ର ସୁଧ ଦର
ପରିବର୍ତ୍ତନ ପରେ ଏଚଡିଏଫସି ବ୍ଯାଙ୍କ ୩୦ରୁ ୪୫ ଦିନର ଏଫଡି ଉପରେ ସାମାନ୍ୟ ନାଗରିକଙ୍କୁ ୫.୫୦ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୬.୦୦ ପ୍ରତିଶତ ସୁଧ ଅଫର କରୁଛି । ପୂର୍ବରୁ ଏହି ଦର କ୍ରମଶଃ ୫.୭୫ ପ୍ରତିଶତ ଓ ୬.୨୫ ପ୍ରତିଶତ ଥିଲା । ସେହିଭଳି ୪୬ ଦିନରୁ ଆରମ୍ଭ କରି ୬ମାସର ଏଫଡି ଜମା ଉପରେ ସୁଧକୁ ୬.୨୫ ପ୍ରତିଶତରୁ ହ୍ରାସ କରି ୬.୦୦ ପ୍ରତିଶତ କରିଦିଆଯାଇଛି ।

ଏକ ବର୍ଷ ଅବଧି ବିଶିଷ୍ଟ ଏଫଡି ଉପରେ ସୁଧ ଦରରେ ୦.୨୦ ପ୍ରତିଶତ କମାଇ ଦିଆଯାଇଛି । ଏବେ ଏହା ୭.୧୦ ପ୍ରତିଶତ ହୋଇଯାଇଛି । ସିନିୟର ସିଟିଜନଙ୍କୁ ସବୁବେଳେ ୦.୫୦ ପ୍ରତିଶତଅଧିକ ସୁଧ ମିଳେ । ଏକ ବର୍ଷରୁ ୨ ବର୍ଷର ଏଫଡି ଉପରେ ମଧ୍ଯ ସୁଧ ଦର ହ୍ରାସ ପାଇଛି । ଏବେ ଏହା ୭.୩୦ରୁ ହ୍ରାସ ପାଇଁ ୭.୨୦ ପ୍ରତିଶତ ରହିଯାଇଛି ।