PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର,ଏହି ମାସରୁ ସହଜରେ ମିଳିପାରିବ କନଫର୍ମ ସିଟ୍

ନୂଆଦିଳ୍ଲୀ,୧୨। ୭: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସାଧାରଣ ସଂରକ୍ଷିତ ସିଟ୍ ନମିଳିବାର ଅଭିଯୋଗ ରହିଥାଏ, କିନ୍ତୁ ଆସନ୍ତା ଅକ୍ଟୋବର ମାସରୁ ଯାତ୍ରୀଙ୍କର ଏହି ଅଭିଯୋଗ କିଛି ମାତ୍ରାରେ ଦୂର ହେବାର ଆଶା କରାଯାଉଛି। ଅକ୍ଟୋବରରେ ଟ୍ରେନରେ ପ୍ରତିଦିନ ଅତିରିକ୍ତ ୪ ଲକ୍ଷ ସିଟ୍ ମିଳିବ। ଏହି ସବୁ ସମ୍ଭବ ହୋଇପାରିବ କେବଳ ନୂତନ ଟେକ୍ନୋଲୋଜି ପାଇଁ। ଏହି ଟେକ୍ନୋଲୋଜି ଜରିଆରେ ଟ୍ରେନରେ ଓଭରହେଡ୍ ତାରରୁ ବିଜୁଳି ସପ୍ଳାଇ କରି ଦିଆଯିବ ଓ ଜେନେରେଟର କୋଚ ସ୍ଥାନରେ ସ୍ଲିପର କୋଚ ଲାଗିବ ବୋଲି ରେଲଓ୍ବେର ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏବେ ଅଧିକାଂଶ ଟ୍ରେନରେ ଦୁଇଟି ଜେନେରେଟର କୋଚ ଲାଗିକି ରହିଥାଏ, ଯେଉଁଥିରୁ ଗୋଟିଏରୁ ବଗିକୁ ବିଜୁଳି ସପ୍ଲାଇ ଦିଆଯାଇଥାଏ ଓ ଅନ୍ୟଟିରେ ରିଜର୍ଭ ରଖାଯାଇଥାଏ। ଭାରତୀୟ ରେଲଓ୍ବେ ଏବେ ନୂଆ ଟେକ୍ନୋଲୋଜି ଗ୍ରହଣ କରିଛି,ଯାହାକୁ ‘ହେଡ ଅନ୍ ଜେନେରେଶନ’ ନାମରେ ଜଣାଯାଇଥାଏ। ଏଥିରେ ଇଲେଟ୍ରିକ୍ ଇଞ୍ଜିନ ଯାହାକୁ ଓଭରହେଡ ଭାବରେ ବିଜୁଳିର ସପ୍ଲାଇ କରାଯାଇଥାଏ, ଏହି ତାର ଦ୍ବାରା ବଗିକୁ ବିଜୁଳି ଦିଆଯାଇଥାଏ। ପେଣ୍ଟେରୋଗ୍ରାଫ୍ ନାମକ ଉପକରଣ ଲଗାତାର ଇଞ୍ଜିନ ଜରିଆରେ ଓଭରହେଡ୍ ତାରରୁ ବଗି ବିଜୁଳି ସପ୍ଳାଇ କରାଯିବ। ଏହାଦ୍ବାରା ଟ୍ରେନରେ ଜେନେରେଟର କୋଚର ଆବଶ୍ୟକତା ପଡିବ ନାହିଁ। ଯଦିଓ, ଜରୁରୀ ପରିସ୍ଥିତି ପାଇଁ ଏକ ଜେନେରେଟର କୋଚ ଟ୍ରେନରେ ଲଗାଯିବ। ଏକ ଜେନେରେଟର କୋଚ ସ୍ଥାନରେ ସ୍ଳିପର କୋଚ ଲଗାଯିବ। ଏଭଳି ଭାବରେ ଟ୍ରେନକୁ ଅଧିକ ଲମ୍ବା ନକରି ଗୋଟିଏ କୋଚ ବଢାଇ ଦିଆଯିବ।

ଅଧିକାରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ୫ ପର୍ଯ୍ୟନ୍ତ ପାଞ୍ଚ ହଜାର ବଗିକୁ ଏହି ନୂଆ ଟେକ୍ନୋଲୋଜି ଦ୍ବାରା ବଦଳାଇ ଦିଆଯିବ। ଏଥିରେ ଟ୍ରେନର ସିଟ୍ ତ ବଢିବ ରେଲଓ୍ବେକୁ  ଡିଜେଲ ପାଇଁ ଖର୍ଚ୍ଚ କରିବାକୁ ପଡୁଥିବା ବାର୍ଷିକ ୬ ହଜାର କୋଟି ଟଙ୍କାର ସଞ୍ଚୟ ହେବ। ଏହା ଫଳରେ ବାୟୁ ଏବଂ ଧ୍ବନି ପ୍ରଦୂଷଣ ଦୂର ହୋଇପାରିବ। କେବଳ ସେତିକି ନୁହେଁ ଟ୍ରେନରୁ ନିର୍ଗତ ବାର୍ଷିକ  ୭୦୦ ଟନ କାର୍ବନ ମଧ୍ୟ ହ୍ରାସ ପାଇବ।