ନୂଆଦିଲ୍ଲୀ,୧୮।୧୨: ଗୁଗୁଲ ଆଜି ନୂତନ ଏବଂ ଦ୍ରୁତ ଏଆଇ ମଡେଲ ‘ଜେମିନି-୩ ଫ୍ଲାସ୍’କୁ ଲଞ୍ଚ କରିଛି। ଏହି ମଡେଲ ଗତ ମାସ ଆସିଥିବା ଜେମିନି-୩ ଉପରେ ଆଧାରିତ। ଏହାକୁ ବିଶେଷ ଭାବରେ ଦ୍ରୁତ, ଶସ୍ତା ଓ ଅଧିକ ପରିମାଣରେ କାମ କରିବା ପାଇଁ ତିଆରି କରାଯାଇଛି। କମ୍ପାନୀ ଏହାକୁ ଓ୍ବାର୍କହର୍ସ ମଡେଲ ବୋଲି କହିଛି। ଗୁଗୁଲ ଏବେ ଜେମିନି -୩ ଫ୍ଲାସକୁ ଜେମିନି ଆପ୍ରେ ଗ୍ଲୋବାଲ ଡିଫଲ୍ଟ ମଡେଲ ଓ ଗୁଗୁଲ ସର୍ଚ୍ଚ ପାଇଁ ତିଆରି ଏଆଇ ମୋଡ୍ରେ ଡିଫଲ୍ଟ କରିଛି। ୟୁଜର ଚାହିଁବେ ଯଦି ତେବେ ମ୍ୟାଥ୍ ଓ କୋଡିଂ ଭଳି କଠିନ ପ୍ରଶ୍ନର ଉତ୍ତର ପାଇଁ ଜେମିନି-୩ ପ୍ରୋ’ କୁ ମାନୁଆଲି ଚୟନ କରିପାରିବେ।
‘ଜେମିନି-୩’ ଫ୍ଲାସ ବହୁ ଗୁରୁତ୍ବପୂର୍ଣ୍ଣ ବେଞ୍ଚମାର୍କରେ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଛି। ଯେପରିକି ‘ହ୍ୟୁମାନିଟିସ୍ ଲାଷ୍ଟ ଏକଜାମ୍’ ବେଞ୍ଚମାର୍କରେ ବିନା ଟୁଲ୍ ବ୍ୟବହାର କରି ୩୩.୭% ସ୍କୋର କରିଛି। ଏହାକୁ ଅଲଗା ଅଲଗା ଡୋମେନ୍ରେ ବିଶେଷଜ୍ଞଙ୍କ ପରୀକ୍ଷଣ କରିବା ପାଇଁ ତିଆରି କରାଯାଇଛି। ଏହା ତୁଳନାରେ ଜେମିନି-୩ ପ୍ରୋ ୩୭.୫%, ଜେମିନି ୨.୫ ଫ୍ଲାସ ୧୧% ଓ ନୂଆ ଲଞ୍ଚ ହୋଇଥିବା ଜିପିଟି-୫.୨, ଯାହାକି ୩୪.୫% ସ୍କୋର କରିଛି।
ଗୁଗୁଲ ଅନୁସାରେ, ଜେମିନି ୩ ଫ୍ଲାସ ଭିଡିଓ, ଫଟୋ ଓ ଅଡିଓକୁ ଭଲ ଭାବରେ ବୁଝିପାରେ। ଯେପରିକି ୟୁଜରଙ୍କ ପ୍ରଶ୍ନର ଉଦେଶ୍ୟକୁ ଚିହ୍ନଟ କରି ଭିଜୁଆଲ ସହ ଉତ୍ତର ଦେବାରେ ସକ୍ଷମ ହୁଏ। ଯେପରି ମାନି ନିଅନ୍ତୁ କୌଣସି ୟୁଜର ପିକଲବଲ୍ ଭିଡିଓ ଅପଲୋଡ୍ କରି କୌଣସି ନୂଆ ପ୍ରଶ୍ନ ପଚାରୁନ୍ତି। ନଚେତ ସ୍କେଚ୍ ତିଆରି କରି ପଚାରନ୍ତି ଆପଣ କ’ଣ ତିଆରି କରିଛନ୍ତି। ଅଡିଓରୁ କ୍ବିଜ କିମ୍ବା ଆନାଲିସିସ୍ ମଧ୍ୟ ତିଆରି କରିପାରେ। ଜେମିନି ୩ ଫ୍ଲାସ ଭରଟେକ୍ସ ଏଆଇ ଓ ଜେମିନି ଏଣ୍ଟରପ୍ରାଇଜ୍ରେ ମଧ୍ୟ ଉପଲବ୍ଧ। ଏହାର ଫିଗମା, କର୍ସର ଭଳି କମ୍ପାନୀ ପୂର୍ବରୁ ବ୍ୟବହାର କରୁଛି। ଏପିଆଇ ଓ ଗୁଗୁଲ ନୂଆ କୋଡିଂ ଟୁଲ୍ ଆଣ୍ଟିଗ୍ରାଭିଟିରେ ପ୍ରିଭ୍ୟୁ ମଡେଲ ଭାବରେ ଉପଲବ୍ଧ କରୁଛି। ସେଭଳି ଜେମିନି-୩ ପ୍ରୋ ଏସ୍ଡବ୍ଲୁଇ ବେଞ୍ଚ କୋଡିଂରେ ୭୮ ପ୍ରତିଶତ ସ୍କୋର କରିଛି, ଯାହାକୁ କେବଳ ଜିପିଟି-୫.୨ ପଛରେ ପକାଇଛି। ଜେମିନି -୩ ଫ୍ଲାସର ମୂଲ୍ୟ ୧ ମିଲିୟନ ଇନପୁଟ୍ ଟୋକନ ପାଇଁ ୦.୫୦ ଡଲାର ଓ ୧ ମିଲିୟନ ଆଉଟପୁଟ୍ ଟୋକନ ପାଇଁ ୩.୦୦ ଡଲାର ରହିଛି। ଯାହାକି ୨.୫ ଫ୍ଲାସଠାରୁ ଅଳ୍ପ ମହଙ୍ଗା,କିନ୍ତୁ ତା ଠାରୁ ତିନି ଗୁଣା ଅଧିକ।
ଆହୁରି :ମସ୍କଟରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ, ଓମାନ ସହ ଆମର ବନ୍ଧୁତା ଅତୁଟ ଏବଂ ଐତିହାସିକ