ନୂଆଦିଲ୍ଲୀ,୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଓମାନ ଗସ୍ତର ଦ୍ବିତୀୟ ଦିନ। ଏହି ଅବସରରେ ଓମାନର ରାଜଧାନୀ ମସ୍କଟରେ ଭାରତୀୟ ପ୍ରବାସୀଙ୍କ ଉଦେଶ୍ୟରେ ଅଭିଭାଷଣ ଦେବା ସହିତ ନୂତନ ଉତ୍ସାହ ସଞ୍ଚାର କରିଥିଲେ। ଭାରତ ଏବଂ ଓମାନ ମଧ୍ୟରେ ୭୦ ବର୍ଷର ଗଭୀର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଭାରତ ଏବେ ଏକ ପରିବାର ଭାବରେ ଏକଜୁଟ ହୋଇଛି। ବିକାଶର ନୂତନ ଶିଖର ଆଡକୁ ଦ୍ରୁତ ଗତିରେ ବଢୁଛି। ସେ ଭାରତୀୟ ପ୍ରବାସୀଙ୍କୁ ‘ମିନି ଭାରତ’ ବୋଲି କହିଥିଲେ। ଯାହାକି ଭାରତର ପରିବର୍ତ୍ତନଶୀଳ ଅର୍ଥନୈତିକ ଏବଂ ସାଂସ୍କୃତିକ ଶକ୍ତିର ବିଶ୍ୱସ୍ତରୀୟ ବାର୍ତ୍ତା ।
ଭାରତ-ଓମାନ ବିଜନେସ୍ ଫୋରମ୍ର କାର୍ଯ୍ୟକ୍ରମ ବେଳେ ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମ୍ମିଳନୀ ନୂଆ ଦିଗ ଏବଂ ଗତି ଦେବ। ଦୁଇ ଦେଶର ସମ୍ପର୍କ ଶୀର୍ଷରେ ପହଁଞ୍ଚିବ। ସଭ୍ୟତାର ଆରମ୍ଭରୁ ଆମର ପୂର୍ବତନ ପରସ୍ପର ସହ ସମୁଦ୍ର ଜରିଆରେ ବାଣିଜ୍ୟ କରୁଥିଲେ। ମାଣ୍ଡଭି ଓ ମସ୍କଟ ଭିତରେ ଆରବ ସାଗର ଏକ ମଜବୁତ ସେତୁ ପାଲଟିଥିଲା। ଏହି ବ୍ରିଜ୍ ଆମ ସମ୍ପର୍କକୁ ମଜବୁତ କରିଛି ଓ ସଂସ୍କୃତି ଏବଂ ଅର୍ଥବ୍ୟବସ୍ଥାକୁ ଶକ୍ତି ଦେଇଛି। ଆଜି ଆମେ କହିପାରିବା ସମୁଦ୍ର ଲହର ବଦଳିଥାଏ, ପାଣିପାଗ ବଦଳିଥାଏ, କିନ୍ତୁ ଭାରତ ଓ ଓମାନର ଦୋସ୍ତି ପ୍ରତି ପାଣିପାଗରେ ମଜବୁତ ହୋଇଥାଏ।
ଏହା ସହ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଦେଶ ଭିତରେ ହୋଇଥିବା ବଡ଼ ପରିବର୍ତ୍ତନକୁ ମଧ୍ୟ ଆଲୋଚନା କରଛନ୍ତି। ସେ କହିଛନ୍ତି, ଗତ ୧୧ ବର୍ଷରେ ଭାରତ ନିଜର ଇକୋନୋମିକ୍ ଡିଏନ୍ଏ ବଦଳାଇ ଦେଇଛି। ସରକାର ଜଟିଳ ଆଇନକୁ ସରଳ କରିଛନ୍ତି। ଏହାର ଉଦାହରଣ ଲେବର କୋଡ୍କୁ କେବଳ ୪ ଟି କୋଡ୍ରେ ସମାହିତ କରିବା କଥା କହିଛନ୍ତି। ଦୁନିଆରେ ଜାରି ରହିଥିବା ଅନିଶ୍ଚିତତା ଭିତରେ ଭାରତ ଏକ ମଜବୁତ ଅର୍ଥବ୍ୟବସ୍ଥା ଭାବରେ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ ଭାରତ ନା କେବଳ ନିଜର କାମ କରିବାର ଶୈଳି ବଦଳାଇଛି, ବଂର ଇନୋଭେସନ୍ ଓ ବିଜନେସ୍ କରିବାର ପଦ୍ଧତିକୁ ମଧ୍ୟ ଆଧୁନିକ ଏବଂ ବିଶ୍ବୀକରଣ କରିଛି।
ସମାରୋହରେ ଥିବା ତାମିଲ, ତେଲଗୁ, ମାଲାୟଲମ, ମରାଠୀ ଓ ଗୁଜରାଟୀ ଲୋକଙ୍କୁ ଦେଖି ପ୍ରଧାନମନ୍ତ୍ରୀ କହିଥିଲେ ବିବିଧତା ହିଁ ଭାରତର ପ୍ରକୃତ ସଂସ୍କୃତି। ସେ ମସ୍କଟର ବାତାବରଣକୁ ପ୍ରଶଂସା କରିବା ସହ ପ୍ରବାସୀ ଭାରତୀୟଙ୍କୁ ବିଦେଶରେ ଭାରତର ସଚ୍ଚା ବ୍ରାଣ୍ଡ ଆମ୍ବାସଡର ବୋଲି କହିଥିଲେ। ସେ କହିଥିଲେ ଭାରତ ଏବେ ଦୁନିଆର ପ୍ରତି ଦେଶର ସଂସ୍କୃତିକୁ ସମ୍ମାନ କରି ନିଜ ପ୍ରଗତିକୁ ନୂଆ ଦିଗ ଦେଉଛି। ଆଗାମୀ ଦିନରେ ଭାରତ-ଓମାନ ପାର୍ଟନରସିପ୍ ଦୁନିଆ ପାଇଁ ଏକ ଭଲ ଉଦାହରଣ ପାଲଟିବ। ଏହି ସମ୍ମିଳନୀ ଦୁଇ ଦେଶ ପାଇଁ ମାଇଲଷ୍ଟୋନ୍ ପ୍ରମାଣିତ ହେବ। ୧୪୦କୋଟି ଜନତାଙ୍କ ପରିବାର ଏକ ପ୍ରକାର ଏକାଠି ହୋଇଛି ଓ ଏହି ଏକଜୁଟତା ବିଶ୍ବ ମଞ୍ଚରେ ଭାରତକୁ ଏକ ବିଶ୍ବାସନୀୟ ଶକ୍ତି କରିଛି। ୭ ବର୍ଷ ପରେ ଓମାନ ଯାଇଥିବା ପିଏମ୍ ମୋଦିଙ୍କ ଏହି ଗସ୍ତ ସାମରିକ ଓ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୋଦି।