PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

Google Maps ଆଣିଲା ୩ଟି ନୂଆ ଫିଚର୍ସ, ରେଷ୍ଟୁରାଣ୍ଟରେ ମିଳିବ ୨୫% ଡିସକାଉଣ୍ଟ

ନୁଆଦିଲ୍ଲୀ ୧୨/୭: ଗତମାସରେ ଆଣ୍ଡ୍ରଏଡ୍ ପାଇଁ ଷ୍ଟେ ସେଫର ଫିଚର ଆଣିବା ପରେ ଗୁଗଲ ମ୍ଯାପ୍ସ  ଆଉ ୩ଟି ନୂଆ ଫିଚର୍ସ ଆଣିଛି । ଗୁଗଲ ମ୍ଯାପ୍ସ ଗୁରୁବାର ଏହି ସମ୍ପର୍କରେ ସୂଚନା ଦେଇଛି । ଏହି ୩ ନୂଆ ଫିଚର୍ସରେ ୨ଟି ଏମିତି ଫିଚର୍ସ ଅଛି ଯାହା ପୂର୍ବରୁ ମଧ୍ଯ ଥିଲା କିନ୍ତୁ ତାକୁ ପୁଣି ପ୍ରସ୍ତୁତ କରାଯାଇଛି । ଏବଂ ଏହା ସହ ଏକ ନୂଆ ଫିଚର ଯୋଡା ଯାଇଛି । ଏହି ୩ଟି ନୂଆ ଫିଚର୍ସରେ ଏକ୍ସପ୍ଲୋର ଟ୍ଯାବ୍ ଫର ୟୁ ଏକ୍ସପିରିୟନ୍ସ ଓ ଡାଇନିଂ ଅଫର୍ସ ସାମିଲ ଅଛି ।

ଖୋଜି ପାରିବେ ସହରର ସବୁଠାରୁ ଭଲ ସ୍ଥାନ
ଏକ୍ସପ୍ଲୋର ଟ୍ୟାବରେ ସମୁଦାୟ ୭ ସର୍ଟକଟ୍ସ ରହିଛି ଯଥା  ରେଷ୍ଟୁରାଣ୍ଟ, ପେଟ୍ରୋଲ ପମ୍ପ, ଏଟିଏମ୍, ଅଫର୍ସ, ସପିଂ, ହୋଟେଲ ଓ ମେଡିକାଲ ସପ୍ସ । କହିରଖୁଛୁ ଗୁଗଲ ମ୍ୟାପ୍ସ ଏଥିପାଇଁ ମେସିନ୍ ଲର୍ଣ୍ଣିଂର ବ୍ୟବହାର କରି ସଜେସନକୁ ଅଟୋମିକାଲ୍ ଚିହ୍ନିପାରିବ । ଏକ୍ସପ୍ଲୋର ନିୟରବାଇ ଦ୍ୱାରା ୟୁଜର୍ସ ସହରର ଅନ୍ଯ ନିକଟତମ ସ୍ଥାନକୁ ଖୋଜିବାରେ ସଫଳ ହେବେ । ଏହା ବ୍ୟତୀତ ୟୁଜର୍ସ ସିଟି ନେମ୍ କଲମରେ ଯାଇ ସେହି ସହରର ନାମ ଲେଖି ଅନ୍ଯ ସହର ସମ୍ପର୍କରେ ମଧ୍ଯ ସର୍ଚ୍ଚ କରିପାରିବେ ।

ଫର ୟୁ ଟ୍ଯାବ୍ ଦର୍ଶାଇବ, କେଉଁଠି ଭଲ ରେଷ୍ଟୁରାଣ୍ଡ
ଫର ୟୁ ଟ୍ଯାବ୍ ଜଣାଇବ କେଉଁ ସହରରେ କେଉଁ ସ୍ଥାନରେ ସବୁଠାରୁ ଭଲ ରେଷ୍ଟୁରାଣ୍ଡ ଅଛି । ଏହା ସହରର ଟ୍ରେଡିଂ ସ୍ଥାନ ସମ୍ପର୍କରେ ମଧ୍ୟ ଦର୍ଶାଇବ । ଅଧିକ ଉତ୍ତମ ପରିମାଣ ବା ରେଜଲ୍ଟ ପାଇଁ ସେହି ଅଞ୍ଚଳର ଚିହ୍ନଟ ହେବ ଯେଉଁଥିରେ ସେମାନଙ୍କ ଋଚି ରହିଛି । ଏହା ବ୍ୟତୀତ ଫର୍ ୟୁ ଟ୍ଯାବରେ ୟୁଜର୍ସଙ୍କୁ ବିଜନେସ୍ ଅପଡେଟ୍ ମଧ୍ୟ ମିଳିବ । ନୂଆ ଘଟଣା ସମ୍ପର୍କରେ ସୂଚନା ମିଳିବି । ଏବଂ ଅଫର୍ସ ସମ୍ପର୍କରେ ସୂଚନା ମିଳିବ ।

ଅଫର୍ସ ସେକ୍ସନ ଦ୍ୱାରା ଜାଣନ୍ତୁ ନୂଆ ଅଫର୍ସ ସମ୍ପର୍କରେ
ନୂଆ ଅଫର୍ ସେକ୍ସନରେ ୟୁଜର୍ସ ଦେଶର ୧୧ ନୂଆ ମେଟ୍ରୋ ସିଟିରେ ମିଳୁଥିବା ନୂଆ ଅଫର୍ସ ସମ୍ପର୍କରେ ଜାଣିପାରିବେ । ନୂଆ ଅଫର୍ସ ସମ୍ପର୍କରେ ଜାଣିବା ପାଇଁ ଆପଣଙ୍କୁ ଅଫର୍ସ ସର୍ଟକଟ୍ ଉପରେ ଟ୍ୟାପ୍ କରିବାକୁ ପଡିବ । ଏପର୍ୟ୍ୟନ୍ତ ଏହି ଫିଚରରେ ୪ ହଜାର ରେଷ୍ଟୋରାଣ୍ଟ ସମ୍ପର୍କରେ ସୂଚନା ଦିଆଯାଇଛି । ଆଉ କିଛି ଦିନ ମଧ୍ୟରେ ଏହାକୁ ବଢାଇବା ପାଇଁ ଚେଷ୍ଟା କରାଯିବ । ଏଥିପାଇଁ ଗୁଗଲ ୧୧ ସହରରେ ପପୁଲାର ରେଷ୍ଟୋରାଣ୍ଡରେ ୨୫ ପ୍ରତିଶତ ଡିସକାଉଣ୍ଟ ମଧ୍ୟ ଘୋଷଣା କରିଛି ।

ସମ୍ବନ୍ଧିତ ଖବର