ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତରୁ ଶେଷ ହେଲା ଗୁଗୁଲର ଏକଚାଟିଆ ନୀତି, ସ୍ମାର୍ଟ ଟିଭିରେ ଉପଲବ୍ଧ ହେବ ନାହିଁ ଗୁଗୁଲ OS

Published By : Rasmita Pradhan | April 22, 2025 11:04 AM

ନୂଆଦିଲ୍ଲୀ, ୨୨/୦୪ : ଭାରତରୁ ଶେଷ ହେଲା ଗୁଗୁଲର ଏକଚାଟିଆ ନୀତି। ଗୁଗୁଲକୁ ୨୦ କୋଟିର ଜରିମାନା। ଆଗାମୀ ଦିନରେ, ପ୍ଲେ ଷ୍ଟୋର ଏବଂ ପ୍ଲେ ସର୍ଭିସେସ୍ ପାଇଁ ନେବାକୁ ପଡିବ ପୃଥକ ପୃଥକ ଲାଇସେନ୍ସ । ଏବେ ଟିଭି ନିର୍ମାତାମାନଙ୍କୁ ଗୁଗୁଲ୍ ଦ୍ୱାରା ସେଟ୍ କରାଯାଇଥିବା ଡିଫଲ୍ଟ ଆପ୍ସକୁ ପ୍ରି-ଇନଷ୍ଟଲ୍ କରିବାକୁ ବାଧ୍ୟ କରାଯିବ ନାହିଁ। ଏଭଳି ନିଷ୍ପତ୍ତି ନେଇଛି ଭାରତୀୟ ପ୍ରତିଯୋଗିତା ଆୟୋଗ (CCI)। 

ଗୁଗୁଲ ଏବେ ସାରା ଦୁନିଆରେ ଆଣ୍ଟିଟ୍ରଷ୍ଟ ମାମଲାର ସାମ୍ନା କରୁଛି। ଭାରତରେ ମଧ୍ୟ ସମାନ ମାମଲା ରୁଜୁ ହୋଇଥିଲା। ଗୁଗୁଲ "ତାର ପ୍ରଭାବଶାଳୀ ସ୍ଥିତିର ଅପବ୍ୟବହାର କରିଛି" ଏବଂ ପ୍ରତିଯୋଗୀମାନଙ୍କୁ ବାହାର କରିବା ପାଇଁ ନିୟମର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଏବେ ଭାରତୀୟ ପ୍ରତିଯୋଗିତା ଆୟୋଗ କହିଛନ୍ତି ଯେ, ଭାରତରେ ଗୁଗୁଲର ଅପରେଟିଂ ସିଷ୍ଟମ୍ (OS), ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଅନ୍ୟାନ୍ୟ ପୂର୍ବରୁ ଡିଫଲ୍ଟ ଆପ୍ସ ଡାଉନଲୋଡ କରିବା ପାଇଁ ଆଣ୍ଡ୍ରଏଡ୍ ଟିଭି ନିର୍ମାତା ବାଧ୍ୟକ ହେବେ ନାହିଁ। 

କେବଳ ସେତିକି ନୁହେଁ, ଗୁଗୁଲକୁ ଭାରତର ନୂଆ ନିୟମ ମାନିବାକୁ ପଡ଼ିବ। ଏଥିପାଇଁ ଗୁଗୁଲ ଏକ ସେଟଲମେଣ୍ଟ ଆପ୍ଲିକେସନ୍ ଦାଖଲ କରିଛି। ଏହି ଚୁକ୍ତିକୁ ନ୍ୟୁ ଇଣ୍ଡିଆ ଏଗ୍ରିମେଣ୍ଟ କୁହାଯାଉଛି। ଏହି ଚୁକ୍ତି ଆନୁସାରେ ଗୁଗୁଲ୍ ଏବେ ଭାରତରେ ଆଣ୍ଡ୍ରଏଡ୍ ଆଧାରିତ ସ୍ମାର୍ଟ ଟିଭି ପାଇଁ ଏହାର ପ୍ଲେ ଷ୍ଟୋର ଏବଂ ପ୍ଲେ ସର୍ଭିସ୍ ପାଇଁ ପୃଥକ ଲାଇସେନ୍ସ ପ୍ରଦାନ କରିବ। କେବଳ ଭାରତରେ ନୁହେଁ, ଆମେରିକାରେ ମଧ୍ୟ ଗୁଗୁଲ୍ ଉପରେ ମାମଲା ଚାଲିଛି। ଆମେରିକାର ଏକ କୋର୍ଟ ସମ୍ପ୍ରତି ରାୟ ଦେଇଛନ୍ତି ଯେ, ଗୁଗୁଲ୍ ଡିଜିଟାଲ୍ ବିଜ୍ଞାପନ କ୍ଷେତ୍ରରେ ବେଆଇନ ଭାବରେ ଏହାର ଏକାଧିକାର ବଜାୟ ରଖିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.