PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ସିନ୍ ରିକ୍ରିଏସନ୍, ଡେମୋ ଦେଖାଇଲା ଗୋପାଳ

ଝାରସୁଗୁଡା, ୭।୨  ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର   ମଙ୍ଗଳବାର ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ। ବ୍ରଜରାଜନଗର ଗାନ୍ଧୀଛକ ସ୍ଥିତ ଘଟଣାସ୍ଥଳକୁ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଅଣାଯାଇ ସିନ ରିକ୍ରିଏସନ କରାଯାଇଛି।   ପ୍ରଥମେ କ୍ରାଇମ ସ୍ପଟକୁ ୨ଟି ଗାଡି ଅଣାଯାଇଥିଲା। ଗୋଟିଏ ନବ ଦାସଙ୍କ  ଓ ଅନ୍ୟଟି ସରକାରୀ ଗାଡି ଅଣାଯାଇ ଘଟଣାସ୍ଥଳରେ ରଖାଯାଇଥିଲା। ଏହା ପରେ  ଗୋପାଳକୁ ଅଣାଯାଇଥିଲା। ଘଟଣାଦିନ କେମିତି ଗୋପାଳ  ଗୁଳି କରିଥିଲା ତାହା ଦେଖାଇଥିଲା।  ଖେଳନା ବନ୍ଧୁକ ଧରି ଗୋପାଳ ଡେମୋ ଦେଖାଇଥିଲା ।  ଏହି ସମସ୍ତ ଘଟଣାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ  ଭିଡିଓ ରେକର୍ଡିଂ କରାଯାଇଥିଲା। l ଡ୍ରୋନ ସାହାଯ୍ୟରେ ମଧ୍ୟ ସିନ ରିକ୍ରିଏସନର ରେକର୍ଡିଂ କରାଯାଇଥିଲା। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଗତ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣା ପରେ ତୁରନ୍ତ ଗୋପାଳଙ୍କୁ ପୋଲିସ କାବୁ କରି ଗିରଫ କରିଥିଲା। ଏହି ଘଟଣାର  କ୍ରାଇମବ୍ରାଞ୍ଚ  ତଦନ୍ତ କରୁଛି।