ନୂଆଦିଲ୍ଲୀ : ନିଜକୁ IASର ପରିଚୟ ଦେଇ ବାହାହେଲେ । ଯୌତୁକରେ ୧୫ ଲକ୍ଷ ପାଖାପାଖି ନେଲେ । ତଥାପି ମନ ବୁଝିଲାନିରେ ସ୍ତ୍ରୀକୁ ବିକିବାକୁ ଯୋଜନା କଲା ଦଲାଲ ସ୍ବାମୀ । ବିବାହର ମାତ୍ର ଦିନ କେଇଟାରେ ସ୍ବାମୀର ଅସଲ ରୂପକୁ ଜାଣିଦେଲା ସ୍ତ୍ରୀ । ପରିବାର ଲୋକେ ଝିଅକୁ ଉଦ୍ଧାର କରିଥିବାବେଳେ ଠକ ସ୍ବାମୀ ନାଁରେ ଅଭିଯୋଗ କରିଛନ୍ତି । ଉତ୍ତରପ୍ରଦେଶର ଗୋରଖପୁରରୁ ଆସିଛି ଏଭଳି ଖବର । ପୁଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ଅଭିଯୁକ୍ତ ଏବଂ ତାଙ୍କ ଉଭଣୀ ଫେରାର ହୋଇଯାଇଛନ୍ତି । ଫେରାର ଯୁବକ ଜଣକ ହେଲେ ପ୍ରୀତମ ।

ଏକ ଗ୍ରୁପରୁ ପ୍ରୀତମଙ୍କ ସହ ଯୁବତୀଙ୍କ ବାପାଙ୍କ ପରିଚୟ ହୋଇଥିଲା । ପ୍ରୀତମ ନିଜକୁ ଜଣେ ଆଇଏଏସ ଅଫିସର ବୋଲି ପରିଚୟ ଦେଉଥିଲେ । ଏମିତିକି ସେ ପୋଷ୍ଟିଂ ହୋଇଥିବା ସ୍ଥାନର ଫଟୋ ଏବଂ ଭିଡିଓ ମଧ୍ୟ ଦେଖାଇଥିଲେ । ଯାହାକି ମିଛ ଥିଲା । ମାତ୍ର ଯୁବତୀଙ୍କ ବାପା ଜାଣିପାରିନଥିଲେ । ଝିଅ ସହ ତାଙ୍କ ବିବାହ ପ୍ରସ୍ତାବ ଦେଇଥିଲେ । ପ୍ରୀତମ ଏଥିରେ ରାଜି ହୋଇଥିଲା । ଆଉ କୌଣସି ଯୌତୁକ ମୋର ଦରକାର ନାହିଁ କେବଳ ସୁନ୍ଦର ଝିଅ ଦରକାର ବୋଲି କହିଥିଲା । ଯୁବତୀଙ୍କ ପରିବାର ଲୋକେ ଖୁସି ହୋଇ ଝିଅର ବାହାଘର କରିବା ପାଇଁ ରାଜି ହୋଇଥିଲେ ।

ନିର୍ବଦ୍ଧ ସମୟରେ ପ୍ରୀତମ ୧୦ ଲକ୍ଷ ଟଙ୍କା ଏବଂ ତିଲକ ସମୟରେ ୫ ଲକ୍ଷ ଟଙ୍କା ନେଇଥିଲେ । ଏହା କେବଳ ଖର୍ଚ୍ଚ ପାଇଁ ବୋଲି କହିଥିଲେ । ଏହାସହ ଝିଅର ପରିବାର ଲୋକେ ୧୫ ଲକ୍ଷ ଟଙ୍କା ବିବାହରେ ଖର୍ଚ୍ଚ କରିଥିଲେ । ସମୁଦାୟ ୩୦ ଲକ୍ଷ ଖର୍ଚ୍ଚ କରିବା ପରେ ଝିଅକୁ ପ୍ରୀତମଙ୍କ ସାଙ୍ଗରେ ଛାଡ଼ିଥିଲେ । ମାତ୍ର ସେ ଦଲାଲ ଥିଲା ବୋଲି ଯୁବତୀ ଜଣକ ଯିବାପରେ ଜାଣିଥିଲେ । ସେ ତାଙ୍କ ସହ ଦୁଷ୍କର୍ମ କରିଥିବାବେଳେ ବିକିବା ପାଇଁ ଯୋଜନା କରିଥିବା ସେ ଜାଣିପାରିଥିଲେ । ଗୋଆରେ ବିକିବା ପାଇଁ ଯୋଜନା କରିଥିବା ଜାଣିଯାଇଥିଲେ । ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ପୁଲିସ ସହାୟତାରେ ଏକ ବନ୍ଦ ଘରୁ ଉଦ୍ଧାର କରିଥିଲେ ।

ସେପଟେ ଅଭିଯୁକ୍ତ ଏବଂ ତାଙ୍କ ଉଭଣୀ ଫେରାର ହୋଇଯାଇଥିଲେ । ପଡୋଶୀମାନେ କହିଥିଲେ କି, ସେ ଜଣେ ଠକ । ପୂର୍ବରୁ ଦୁଇଜଣଙ୍କୁ ବିବାହ କରି ଏପରି ଛାଡ଼ି ଦେଇଛି । ଯାହା ଶୁଣିବା ପରେ ଝିଅ ଏବଂ ତାଙ୍କ ପରିବାର ଆହୁରି ଚିନ୍ତାରେ ପଡ଼ିଥିଲେ । ଝିଅକୁ ନିଜ ଘରକୁ ଆଣିଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏହାସହ ପଢ଼ନ୍ତୁ : ‘ଧୁରନ୍ଧର-୨’ ଦେଖିବା ପରେ ଏମିତି କହିଲେ ରାଜାମୌଲି