ନୂଆଦିଲ୍ଲୀ,୨୫/୯ :  ଗୋରଖପୁରର ସହଜନବା ତହସିଲ ପରିସରରେ ପାର୍କିଂରେ ଗୁରୁବାର ଅପରାହ୍ନରେ ଅଚାନକ ନିଆଁ ଲାଗିବା ଫଳରେ ଧାଁ ଦୌଡ଼ ଖେଳିଯାଇଥିଲା । ଏହି ନିଆଁ ପାର୍କିଂରେ ଛିଡ଼ା ହୋଇଥିବା ମୋଟରସାଇକେଲରେ ଲାଗିଥିଲା ଏବଂ ଦେଖୁ ଦେଖୁ ୩ବାଇକ୍ ଜଳିଯାଇଥିଲା । ଏଥିରେ ଗୋଟିଏ ବାଇକ୍ ତହସିଲ ବାର୍‌ ଆସୋସିଏଶନର ଅଧ୍ୟକ୍ଷକଙ୍କର ବି ଥିଲା । କିଛି ସମୟରେ ୩ବାଇକ୍ ଜଳି ପୋଡ଼ି ପାଉଁଶ ହୋଇଯାଇଛି ।

ଅଚାନକ ଲାଗିଥିବା ନିଆଁରେ ତହସିଲ ପରିସରରେ ବିଶୃଙ୍ଖଳା ଖେଳିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକ ସୁରକ୍ଷିତ ସ୍ଥାନ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ । କିଛି ଜଣ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ଏସଇଏମ୍ ସହଜନବା ଯାଞ୍ଚର ଆଦେଶ ଦେଇଛନ୍ତି ।