ନୂଆଦିଲ୍ଲୀ,୩।୧୨: ଭାରତୀୟ ସାଇବର କ୍ରାଇମ୍ କୋ ଅର୍ଡିନେସନ୍ ସେଣ୍ଟର(I4C) ଡିଜିଟାଲ ଗିରଫ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧,୭୦୦ରୁ ଅଧିକ ସ୍କାଇପ୍ ଆଇଡି ଓ ୫୯୦୦୦ ହ୍ବାଟସଆପ୍ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି। ଏହାଛଡା ସରକାର ଡିଜିଟାଲ ଆରେଷ୍ଟ ଓ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ମଙ୍ଗଳବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରଣାଳୟର କହିବା ଅନୁସାରେ, ଏହି ଅଭିଯାନ ଡିଜିଟାଲ ଆରେଷ୍ଟ ଦୁର୍ନୀତି ବିରୋଧରେ ଜନତାଙ୍କୁ ସତର୍କ କରିବା ଉଦେଶ୍ୟରେ ଆରମ୍ଭ କରାଯାଇଛି। ଏହା ଅନୁସାରେ ଖବର କାଗଜରେ ବିଜ୍ଞାପନ, ଦିଲ୍ଲୀ ମେଟ୍ରୋରେ ଘୋଷଣା, ସୋସିଆଲ ମିଡିଆ ଇନଫ୍ଲୁଏନସର ମାଧ୍ୟରେ କରାଯାଇଥିବା ପୋଷ୍ଟ, ପ୍ରସାର ଭାରତୀ ଓ ଅନ୍ୟ ଇଲୋଟ୍ରୋନିକ୍ ମିଡିଆ ଚ୍ୟାନେଲ୍ରେ ଅଭିଯାନ ଚଳାଇବା ସହ ଆକାଶବାଣୀରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଗୃହ ମନ୍ତ୍ରଣାଳୟ ଲୋକସଭାରେ ଏକ ଲିଖିତ ଜବାବରେ କହିଛନ୍ତି, I4C ଡିଜିଟାଲ ଆରେଷ୍ଟ ପାଇଁ ବ୍ୟବହାର କରାଯାଇଥିବା ୧,୭୦୦ରୁ ଅଧିକ ସ୍କାଇପ୍ ଆଇଡି ଓ ୫୯,୦୦୦ ହ୍ବାଟସଆପ୍ ଆକାଉଣ୍ଟର ସକ୍ରିୟ ରୂପରେ ଚିହ୍ନଟ କରିଛନ୍ତି ଓ ତାକୁ ବ୍ଲକ କରାଯାଇଛି।’
ଗୃହ ମନ୍ତ୍ରଣାଳୟ କହିଛି, ପୋଲିସ ବିଭାଗ ଦ୍ବାରା ରିପୋର୍ଟ କରାଯାଇଛି ଯେ, ୬.୬୯ ଲକ୍ଷରୁ ଅଧିକ ସିମ୍ କାର୍ଡ ଓ ୧,୩୨,୦୦ ଆଇଏମ୍ଆଇକୁ ବ୍ଲକ କରାଯାଇଛି। ଏହା ସହ ପୁରା ଦେଶକୁ କଭର କରିବା ପାଇଁ ୭ଟି ଜଏଣ୍ଟ ସାଇବର କୋଅର୍ଡିନେସନ୍ ଟିମ୍ (JCCTs)ର ଗଠନ କରାଯାଇଛି। ଏହି ଟିମ ମେଓ୍ବାତ, ଜାମାତାଓ୍ବାଡା, ଅହମ୍ମଦାବାଦ, ହାଇଦ୍ରାବାଦ, ଚଣ୍ଡୀଗଡ, ବିଶାଖାପାଟନମ୍ ଓ ଗୌହାଟିରେ ସାଇବର ଅପରାଧ ହଟସ୍ପଟ୍ରେ କାମ କରୁଛି।