ନୂଆଦିଲ୍ଲୀ - ପଶ୍ଚିମ ଏସିଆରେ ଜାରି ସଙ୍କଟ ମଧ୍ୟରେ ଭାରତରେ ଘରୋଇ ରୋଷେଇ ଗ୍ୟାସ୍ (ଏଲପିଜି)ର ସଙ୍କଟର ଖବର ଆସୁଛି। ଏହି ଖବର ଓ ଲୋକଙ୍କ ପ୍ରଶ୍ନର ଜବାବ ଗୁରୁବାର ସରକାରଙ୍କ ପକ୍ଷରୁ ଦିଆ ଯାଇଛି। ସରକାର କହିଛନ୍ତି ଯେ, ଦେଶରେ ଏଲପିଜିର ଉପଲବ୍ଧତା ସନ୍ତୋଷଜନକ ରହିଛି, କୌଣସି ବି ଜରୁରୀକାଳୀନ ସ୍ଥିତି ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ରାଜ୍ୟ ଗୁଡ଼ିକୁ ୪୦,୦୦୦ କିଲୋମିଟର କିରୋସିନ ଉପଲବ୍ଧ କରାଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ,ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ ହେବାରେ ବୈଶ୍ୱିକ ସପ୍ଲାଇ ପ୍ରଭାବିତ ହୋଇଛି , କିନ୍ତୁ ଭାରତରେ ଇନ୍ଧନର ଉପଲବ୍ଧତା ବର୍ତ୍ତମାନ ସାଧାରଣ ରହିଛି।

ଏହା ସହ ମଧ୍ୟ ପଢନ୍ତୁ : ୮ ରୁ ୧୦ ଗୁଣା ବଢିଲା ଗ୍ୟାସ୍ ବୁକିଂ କଲ୍, ‘ଇଣ୍ଡେନ’ର ସିଷ୍ଟମ କ୍ରାସ୍

ଗୁରୁବାର ଆୟୋଜିତ ପ୍ରେସ୍ କନଫରେନ୍ସରେ ଲୋକଙ୍କ ପ୍ରଶ୍ନର ଜବାବ ଦେଇ ସେ କହି ଥିଲେ – ଆତଙ୍କିତ କାରଣରୁ ଗ୍ୟାସ୍ ବୁକିଂରେ ଅନେକ ଗୁଣା ବୃଦ୍ଧି ହୋଇଛି। ଆମେ ଜନସାଧାରଣଙ୍କୁ ଅପିଲ କରୁଛୁ ଯେ, ଏମିତି ଆତଙ୍କିତ ବୁକିଂରୁ ନିବୃତ୍ତି ରୁହନ୍ତୁ ଏବଂ ଏହି ବୈଶ୍ୱିକ ଅନିଶ୍ଚିତତା ସମୟରେ ଯେଉଁଠି ସମ୍ଭବ ଇନ୍ଧନର ରକ୍ଷା କରନ୍ତୁ। ସେ କହିଛନ୍ତି ଯେ, ଦେଶରେ ଅଶୋଧିତ ତୈଳର ସପ୍ଲାଇର ସ୍ଥିତି ବର୍ତ୍ତମାନ ସନ୍ତୋଷଜନକ ଏବଂ ଦେଶର ପ୍ରାୟ ୧ଲକ୍ଷ ପେଟ୍ରୋଲ ପମ୍ପରେ କେଉଁଠି ବି ଇନ୍ଧନ ଶେଷ ହେବାର ସ୍ଥିତି ହୋଇ ନାହିଁ।

ଭାରତରେ ଏଲପିଜି ଆମଦାନୀର ସ୍ଥିତି କ'ଣ?

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ପରିସ୍ଥିତି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରି କହିଛନ୍ତି , ଭାରତ ଏହାର ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଏଲପିଜି ଆମଦାନୀ କରିଥାଏ। ଏହାର ଏକ ବଡ଼ ଅଂଶ ହୋର୍ମୁଜ ପ୍ରଣାଳୀ ଦେଇ ଆସେ, ଯାହା ବର୍ତ୍ତମାନ ବନ୍ଦ ଅଛି। ହେଲେ, ସରକାରୀ ହସ୍ତକ୍ଷେପ ପରେ, ଏବେ ଭାରତର ଏଲପିଜି ୭୦ ପ୍ରତିଶତ ଭାଗ ଅନ୍ୟ ସମୁଦ୍ର ପଥ ଦେଇ ଆସୁଛି।

ଶର୍ମା କହିଛନ୍ତି ଯେ, ଏହା ବ୍ୟତୀତ ସରକାର ଘରୋଇ ରିଫାଇନିଂ କ୍ଷମତାକୁ ମଧ୍ୟ ବୃଦ୍ଧି କରାଇ ଏହି ସଙ୍କଟ ସ୍ଥିତିରେ ମଜବୁତ ସାହାରା କରିଛନ୍ତି। ସେ କହିଛନ୍ତି , ଆମର ରିଫାଇନରୀ ପ୍ରତିଦିନ ପ୍ରାୟ ୪.୪ ମିଲିୟନ ବ୍ୟାରେଲ ତୈଳ ପ୍ରୋସେସ୍ କରିଥାଏ। ୯ ମାର୍ଚ୍ଚରେ ଏସେନ୍ସିଆଲ କମୋଡିଟି ଆକ୍ଟ ଅନୁସାରେ ଏହା ସବୁ ରିଫାଇନାରୀ ଏଲପିର ଉତ୍ପାଦନକୁ ବଢାଉଛି।