ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କ୍ୟାନସର ରୋଗୀଙ୍କୁ ଆଶ୍ବସ୍ତି: ଶସ୍ତା ହେବ ଏହି ୩ଟି ଔଷଧ, ମାନୁଫାକଚରିଂ କମ୍ପାନୀଙ୍କୁ ସରକାରଙ୍କ ନିର୍ଦେଶ

Published By : Harapriya Biswal | October 29, 2024 6:31 PM

ନୂଆଦିଲ୍ଲୀ,୨୯।୧୦: କ୍ୟାନସର ରୋଗୀଙ୍କୁ ଆଗାମୀ ଦିନରେ ଔଷଧ ଖର୍ଚ୍ଚରେ ମିଳିପାରେ କିଛି ଆଶ୍ବସ୍ଥି। ସରକାର ଔଷ କମ୍ପାନୀକୁ କ୍ୟାନସର ନିରୋଧି ତିନୋଟି ଔଷଧ ଷ୍‌ଟ୍ରାଟୁଜୁମାବ, (Trastuzumab), ଓସିମିର୍ଟିନିବ (Osimertinib) ଏବଂ ଡୁଭରାଲୁମାବ୍ (Durvalumab) ଉପରେ ଏମ୍‌ଆରପି କମ୍ କରିବାକୁ ନିର୍ଦେଶ ଦେଇଛନ୍ତି। ସରକାର ଏହି ନିର୍ଦେଶ ଦେବା ପଛର ଉଦେଶ୍ୟ ହେଉଛି କଷ୍ଟମ ଡ୍ୟୁଟି ଛାଡ ଓ ଜିଏସ୍‌ଟି କାଟ୍‌ କରିବାର ଲାଭ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ପହଁଞ୍ଚା ଯାଇପାରିବ। 

ପିଟିଆଇର ରିପୋର୍ଟ ଅନୁସାରେ, ଔଷଧକୁ ସୁଲଭ ମୂଲ୍ୟରେ ଉପଲବ୍ଧ ଓ ସୁନିଶ୍ଚିତ କରିବା ପାଇଁ ସରକାର ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍‌ପିପିଏ)  ଏକ କାର୍ଯ୍ୟାଳୟ ଜ୍ଞାପନ ଜାରି କରିଛି। ରାସାୟନିକ ଏବଂ ସାର ମନ୍ତ୍ରଣାଳୟ କହିଛି ଯେ, ଚଳିତ ବର୍ଷ ୨୦୨୪-୨୫ରେ କେନ୍ଦ୍ର ବଜେଟରେ ଦିଆଯାଇଥିବା ଘୋଷଣା ଅନୁଯାୟୀ ରହିଛି। ଯେଉଁଥିରେ ଏହି ତିନୋଟି କ୍ୟାନସର ନିରୋଧି ଔଷଧୀ କଷ୍ଟମ ଡ୍ୟୁଟି ଛାଡ କରି ଦିଆଯାଇଛି। 

ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ଚଳିତ ବର୍ଷ ୨୩ ଜୁଲାଇରେ ଏକ ନୋଟିଫିକେସେନ୍‌ ଜାରି କରି ତିନୋଟି ଔଷଧ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରି ଶୂନ କରିଦେଇଛି। ମନ୍ତ୍ରଣାଳୟ କହିଛି, ଏହା ଅନୁସାରେ, ବଜାରରେ ଏହି ଔଷଧର ଏମ୍‌ଆରପିରେ ହ୍ରାସ ହେବା ଦରକାର ଏବଂ ଟ୍ୟାକ୍ସ ଓ ଶୁଳ୍କ ହ୍ରାସ ପାଇବାର ଲାଭ ଉପଭୋକ୍ତାଙ୍କୁ ଦିଆଯିବା ଦରକାର। ରାସାୟନିକ ଏବଂ ସାର ମନ୍ତ୍ରଣାଳୟ କହିଛି, ନିର୍ମାତାଙ୍କୁ ଡିଲର, ରାଜ୍ୟ ଔଷଧ ନିୟନ୍ତ୍ରଣ ଓ ସରକାରଙ୍କୁ ପ୍ରାଇସ୍ ଲିଷ୍ଟ କିମ୍ବା ସମ୍ପୂର୍ଣ୍ଣ ମୂଲ୍ୟ ସୂଚୀ ଜାରି କରିବାକୁ ହେବ, ଯେଉଁଥିରେ ପରିବର୍ତ୍ତନର ସଙ୍କେତ ଥିବ ଓ ମୂଲ୍ୟ ପରିବର୍ତ୍ତନ ବିଷୟରେ ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣକୁ ସୂଚନା ଦେବାକୁ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁସାରେ, ବଜାରରେ ଏହି ଔଷଧ ଏମ୍‌ଆରପିରେ ହ୍ରାସ ହେବା ଦରକାର ଓ ଟ୍ୟାକ୍ସ ଏବଂ ଶୁଳ୍କରେ ହ୍ରାସର ଲାଭ ଉପଭୋକ୍ତାଙ୍କୁ ଦିଆଯିବା ଦରକାର।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.