ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପ୍ରକାଶ ପାଇଲା ୨୦୨୫ର ସରକାରୀ ଛୁଟି ତାଲିକା, ୮ ଦିନ ଛୁଟି ହରାଇବେ କର୍ମଚାରୀ

Published By : Rasmita Pradhan | November 13, 2024 11:00 AM

ଭୁବନେଶ୍ୱର,୧୩/୧୧ : ରାଜ୍ୟ ସରକାର ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ସରକାରୀ ଛୁଟି ତାଲିକା ଜାରି କରିଛନ୍ତି । ରାଜ୍ୟ ସରକାରୀ କର୍ମଚାରୀମାନେ ସବୁ ରବିବାର, ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାରକୁ ଛାଡ଼ି ବର୍ଷକରେ ମୋଟ ୨୭ ଦିନ ସରକାରୀ ଛୁଟି ପାଇବେ । ତେବେ ୮ଟି ସରକାରୀ ଛୁଟି ଦିବସ ରବିବାର/ଦ୍ୱିତୀୟ ଶନିବାର ପଡୁଥିବାରୁ ସେମାନେ ଛୁଟି ହରାଇବେ । 

ଚଳିତ ବର୍ଷ ଦୁଇଦିନିଆ ରଜ ଛୁଟି ମାଡ଼ ଖାଇଯିବ। ତା ସହିତ ରାମନବମୀ, ସରସ୍ୱତୀ ପୂଜା ଛୁଟି ବି ଧୋଇଯିବ । ରାଜ୍ୟ ସରକାରୀ କର୍ମଚାରୀମାନେ ସାଧାରଣତନ୍ତ୍ର ଦିବସ, ବସନ୍ତ ପଞ୍ଚମୀ, ଶ୍ରୀରାମନବମୀ, ପହିଲି ରଜ, ରଜ ସଂକ୍ରାନ୍ତି, ମହରମ୍‌ ଝୁଲଣ ପୂର୍ଣ୍ଣିମା ଓ ମହାଳୟା ଭଳି ତାଲିକାଭୁକ୍ତ ସରକାରୀ ଛୁଟି ହରାଇବେ । ଏହି ସମସ୍ତ ୮ଟି ଛୁଟି ରବିବାର/ଦ୍ୱିତୀୟ ଶନିବାରକୁ ପଡୁଛି । ସେମାନେ ୨୬ଟି ଛୁଟିକୁ ଛାଡ଼ି ଗୋଟିଏ ଅତିରିକ୍ତ ଛୁଟି (ଅପ୍ସନାଲ ହଲି ଡେ) ନେଇପାରିବେ । 

ଆସନ୍ତା ବର୍ଷ ପାଇଁ ମୋଟ ୮ଟି ଅତିରିକ୍ତ ସରକାରୀ ଛୁଟି ଦିବସର ତାଲିକା ଜାରି ହୋଇଛି । ସରକାରୀ କର୍ମଚାରୀଙ୍କ ସମେତ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ କର୍ମଚାରୀଙ୍କ ପାଇଁ ମଧ୍ୟ ସରକାରୀ ଛୁଟି ଘୋଷଣା ହୋଇଛି । ସେମାନେ ୨୦ଟି ଛୁଟି ପାଇବେ । ୫ଟି ଛୁଟିଦିବସ ରବିବାର ଓ ଦ୍ୱିତୀୟ ଶନିବାର ପଡୁଥିବାରୁ ଏହି ଛୁଟି ସେମାନେ ହରାଇବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ଏହି ସରକାରୀ ଛୁଟିଦିବସର ତାଲିକା ଜାରି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.