ନୂଆଦିଲ୍ଲୀ,୩୧।୫: ବୃଦ୍ଧି ପାଉଥିବା ଦରଦାମ୍ ମଧ୍ୟରେ ଔଷଧ ଖର୍ଚ୍ଚ ବି ବଢି ଯାଇଛି। ଯାହାଫଳରେ ସାଧାରଣ ଲୋକଙ୍କ ପାଇଁ ଏହା ବଡ଼ ସମସ୍ୟା ପାଲଟିଛି। ଔଷଧର ଦାମ୍‌ ନିୟନ୍ତ୍ରିତ କରୁଥିବା ସରକାରୀ ସଂସ୍ଥା ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ୩୦ ଟି ଔଷଧ ଫର୍ମୁଲେସନ୍  ଖୁଚୁରା ମୂଲ୍ୟ ସ୍ଥିର କରିଛି। ଏହି ନିଷ୍ପତ୍ତି ନିୟମିତ ଭାବରେ ଭିଟାମିନ୍, କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ଜରୁରୀ ଔଷଧ ଖାଉଥିବା ରୋଗୀମାନଙ୍କୁ ସିଧାସଳଖ ଲାଭ ଦେବ।

ଏନ୍‌ପିପିଏ ଦ୍ବାରା ଯେଉଁ ଔଷଧ ଦାମ୍ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଭିଟାମିନ୍ ଡି-୩ ଓରାଲ, କ୍ୟାଲସିୟମ, ଭିଟାମିନ୍ ଡି-୩ ଏବଂ  ମିଥାଇଲକୋବାଲାମିନ ଭଳି ଔଷଧ ଅନ୍ତର୍ଭୁକ୍ତ। ଏହି ଔଷଧଗୁଡ଼ିକ ସାଧାରଣତଃ ଡାକ୍ତରଙ୍କ ଦ୍ୱାରା ହାଡ଼ ଶକ୍ତି ବୃଦ୍ଧି କରିବା, ଭିଟାମିନ ଅଭାବ, ସ୍ନାୟୁ ସମସ୍ୟା ଏବଂ ପୁଷ୍ଟିକର ଅଭାବର ଚିକିତ୍ସା ପାଇଁ ଡାକ୍ତରମାନେ ପରାମର୍ଶ କରିଥାନ୍ତି। ଏନପିପିଏ ବିଜ୍ଞପ୍ତି ଅନୁଯାୟୀ, କ୍ୟାଲସିୟମ ଏବଂ ଭିଟାମିନ-ଭିତ୍ତିକ ଟାବଲେଟର ମୂଲ୍ୟ ପ୍ରତି ଟାବଲେଟର ୧୯.୭୮ ଟଙ୍କା ଧାର୍ଯ୍ୟ କରାଯାଇଛି,  ସେଭଳି ଭିଟାମିନ୍‌ D3 ଓରାଲର ମୂଲ୍ୟ ପ୍ରତି ମିଲିଲିଟର ୧୯.୯୧ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାଛଡା ଯନ୍ତ୍ରଣା ଏବଂ ଫୁଲାର ଚିକିତ୍ସା ପାଇଁ ବ୍ୟବହୃତ କିଛି ଔଷଧର ମୂଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି।

​​​​​​​

ଏହି ଔଷଧର ବ୍ୟବହାର ବହୁ ସଂଖ୍ୟକ ବୟସ୍କ ବ୍ୟକ୍ତି, ମହିଳା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ  ଚିକିତ୍ସାଧୀନ ରୋଗୀଙ୍କ ଦ୍ୱାରା ବ୍ୟବହାର କରାଯାଏ। ତେଣୁ ମୂଲ୍ୟ ନିର୍ଦ୍ଧାରଣ ରୋଗୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ଔଷଧ କମ୍ପାନୀଗୁଡ଼ିକୁ ମନଇଚ୍ଛା ମୂଲ୍ୟ ଆଦାୟ କରିବାରୁ ରୋକିବ। ଏହା ବଜାରରେ ସ୍ୱଚ୍ଛତା ବୃଦ୍ଧି କରିବ ଏବଂ ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ଔଷଧ ପାଇବା ସୁନିଶ୍ଚିତ କରିବ।

ଆହୁରି ପଢନ୍ତୁ :‘ଯଦି ବିଜେପିକୁ ସମର୍ଥନ କରିବୁ ତେବେ ଦେଶଭକ୍ତ, ନଚେତ…’, ଆକ୍ରମଣ ପରେ ଅଭିଷେକ ବାନାର୍ଜୀଙ୍କ ପ୍ରଥମ ପୋଷ୍ଟ