ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୮୩ଟି ବିମାନରେ ଦେଖା ଦେଇଛି ଯାନ୍ତ୍ରିକ ତ୍ରୁଟି, ସବୁଠାରୁ ଆଗରେ ଏୟାର ଇଣ୍ଡିଆ

Published By : Tapas Panda | July 24, 2025 6:51 PM

Image Courtesy: gqindia

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ଅନେକ ଖବର ସାମ୍ନାକୁ ଆସିଛି । ଫଳରେ ବିମାନ ଉଡ଼ାଣ ମଧ୍ୟ ବାତିଲ କରିବାକୁ ପଡ଼ୁଛି ।  ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୮୩ଟି ଯାନ୍ତ୍ରିକ ତ୍ରୁଟି ଘଟଣା ରେକର୍ଡ କରାଯାଇ ସାରିଛି । ସେଥିମଧ୍ୟରୁ ୮୫ଟି ଘଟଣା ସହ ସବୁଠାରୁ ଆଗରେ ରହିଛି ଏୟାର ଇଣ୍ଡିଆ । ଲୋକସଭାରେ ଗୁରୁବାର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ କହିଛନ୍ତି ଯେ, ଇଣ୍ଡିଗୋ ଏବଂ ଆକାସା ଏୟାରଲାଇନ୍ସ ଯଥାକ୍ରମେ ୬୨ ଏବଂ ୨୮ଟି ତ୍ରୁଟି ରିପୋର୍ଟ କରିଛନ୍ତି । ସ୍ପାଇସଜେଟ୍ ୮ଟି ତ୍ରୁଟି ରିପୋର୍ଟ କରିଛି । ଏପରି ତ୍ରୁଟିର କଠୋର ତଦନ୍ତ ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଆବଶ୍ୟକ । ସେପଟେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ୮୫ ଟି ଯାନ୍ତ୍ରିକ ତ୍ରୁଟି ରିପୋର୍ଟ କରିଛି । 

ଏହି ସମସ୍ତ ସଂଖ୍ୟା ଚଳିତ ବର୍ଷ ୧ ଜାନୁଆରୀ ୨୦୨୫ ରୁ ୨୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ରେକର୍ଡ ହୋଇଛି । ଅନ୍ୟପକ୍ଷରେ, ଯଦି ଆମେ ଗତ କିଛି ବର୍ଷର ତଥ୍ୟ ଉପରେ ନଜର ପକାଇବା, ତେବେ ୨୦୨୪ ରେ ରିପୋର୍ଟ ହୋଇଥିବା ଯାନ୍ତ୍ରିକ ତ୍ରୁଟି ସଂଖ୍ୟା ୪୨୧ ଥିଲା, ଯାହା ୨୦୨୩ ରେ ରିପୋର୍ଟ ହୋଇଥିବା ୪୪୮ ତୁଳନାରେ କମ୍ । ୨୦୨୨ ରେ ରିପୋର୍ଟ ହୋଇଥିବା ଯାନ୍ତ୍ରିକ ତ୍ରୁଟି ସଂଖ୍ୟା ୫୨୮ ଥିଲା। ଏହି ତିନି ବର୍ଷର ତଥ୍ୟରେ ଆଲାଏନ୍ସ ଏୟାର ଏବଂ ଭିସ୍ତାରାର ବିମାନ ତ୍ରୁଟି ସଂଖ୍ୟା ମଧ୍ୟ ଅନ୍ତର୍ଭୁ କ୍ତ । ୨୦୨୧ରେ ବିମାନରେ ଯାନ୍ତ୍ରିକ ତ୍ରୁଟି ରିପୋର୍ଟ ସଂଖ୍ୟା ୫୧୪ ଥିଲା। ସେତେବେଳେ ଆକାସା ଏୟାର କାର୍ଯ୍ୟ ଆରମ୍ଭ କରିନଥିଲା । 

ବିମାନ କମ୍ପାନୀ ଦ୍ୱାରା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ରିପୋର୍ଟ କରାଯାଇଥିବା ସମସ୍ତ ତ୍ରୁଟିର ତଦନ୍ତ କରାଯିବା ଆବଶ୍ୟକ । ଯାହା ଦ୍ୱାରା ଉପଯୁକ୍ତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଏକ ଲିଖିତ ଉତ୍ତରରେ, ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ କହିଛନ୍ତି, ‘ସମସ୍ତ ତ୍ରୁଟି, ବିଶେଷକରି ପ୍ରମୁଖ ତ୍ରୁଟିଗୁଡ଼ିକର ଶୀଘ୍ର ତଦନ୍ତ କରାଯିବା ଉଚିତ । ଯାହା ଦ୍ଵାରା ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଭବିଷ୍ୟତରେ ଏପରି ଘଟଣାଗୁଡ଼ିକୁ ରୋକିବା ଏବଂ ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ DGCA ସହିତ ମିଳିତ ପ୍ରୟାସ କରାଯାଉଛି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.