PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ବିଜୁଳି ଓ ଗ୍ଯାସ୍ କନେକ୍ସନ ପରେ ଏବେ ଶସ୍ତାରେ ଏସି ଯୋଗାଇବେ ସରକାର, ବହୁତ କମ୍ ଆସିବ ବିଲ୍

ନୁଆଦିଲ୍ଲୀ ୨୭/୫: ଗ୍ରୀଷ୍ମର ଉତ୍ତାପ କମିବାର ନାଁ ନେଉନି । ଖରାରେ ବାହାରକୁ ବାହାରି ହେଉନି କିମ୍ବା ଘରେ ମଧ୍ଯ ରହିହେଉନି । ତେବେ ଯଦି ଘରେ ଏସି ଅଛି ତେବେ ଶାନ୍ତିରେ ରହିହେବ । ଯଦି ଏସି ନାହିଁ ଏବଂ ଏସି କିଣିବା ଟିକେ ମହଙ୍ଗା ପଡିଯାଉଛି ତେବେ ଆଉ ଚିନ୍ତା କରନ୍ତୁନି । ଆପଣଙ୍କ ଏହି ଚିନ୍ତା ଦୂର ହେବାକୁ ଯାଉଛି । କାରଣ ଏବେ ଏସି କିଣିବା ଶସ୍ତା ପଡିବ । ସମସ୍ତେ ଏସି କିଣି ପାରୁନଥିବାରୁ ସରକାର ଏକ ନୂଆ ପ୍ଲାନ୍ ଆଣିଛନ୍ତି । ଏହି ପ୍ଲାନ୍ ଅନୁସାରେ ସରକାର ପ୍ରତି ଘରେ ଶସ୍ତାରେ ଏସି ପହଞ୍ଚାଇବା ପାଇଁ ମାର୍କେଟକୁ ଶସ୍ତା ଏସି ଆଣୁଛନ୍ତି । ଲୋକମାନେ ଏହି ଏସିକୁ ଅନ୍ଯ ଏସି ଅପେକ୍ଷା ୧୫ ରୁ ୨୦ ପ୍ରତିଶତ ଶସ୍ତାରେ ପାଇପାରିବେ । ଏହି ଏସିକୁ ସରକାରୀ କମ୍ପାନୀ EESL ଲଞ୍ଚ କରିବା । ଏହାର ମୂଲ୍ଯ ଆପଣଙ୍କ ବଜେଟ୍ ଭିତରେ ରହିବ ଏବଂ ଏଥିରେ କମ୍ ବିଜୁଳି ଖର୍ଚ୍ଚ ମଧ୍ୟ ହେବ ।

ଅନଲାଇନରେ କ୍ରୟ କରିବାର ସୁଯୋଗ
ଏହାକୁ ଆପଣ ଘରେ ବସି ଗୋଟିଏ କ୍ଲିକରେ କିଣିପାରିବେ କିମ୍ବା ଯଦି ଚାହିଁବେ ତେବେ ଏକ୍ସଚେଞ୍ଜର ଫାଇଦା ମଧ୍ଯ ଉଠାଇପାରିବେ । ନିଜ ପୁରୁଣା ଏସି ବଦଳାଇ ମଧ୍ୟ ପାରିବେ । ଏଥିରେ ଆପଣଙ୍କ ବିଜୁଳି ବିଲ୍ ମଧ୍ୟ ପ୍ରାୟ ୩୫-୪୦ ପ୍ରତିଶତ କମ୍ ଆସିବ । ସରକାର ଏହି ସୁବିଧା ଆଗାମୀ ଦେଢ ମାସ ମଧ୍ୟରେ ଯୋଗାଇଦେବେ । ଏସି ଖରାପ ହେଲେ ଆପଣଙ୍କୁ ଆଉ କମ୍ପାନୀ ଦୌଡିବାକୁ ପଡିବନି ।

୨୪ ଘଣ୍ଟା ମଧ୍ଯରେ ମିଳିବ ଡେଲିଭରୀ
ଅନଲାଇନ୍ ବୁକିଂର ୨୪ ଘଣ୍ଟା ମଧ୍ୟରେ ଏସି ଆପଣଙ୍କ ଘରେ ଲଗାଯିବାର ଗ୍ୟାରେଣ୍ଟି ରହିଛି । ଏଥିପାଇଁ ସରକାରୀ କମ୍ପାନୀ ଜୁଲାଇରୁ ଗ୍ରାହକଙ୍କ ପାଇଁ ଏସି ମାର୍କେଟରେ ଲଞ୍ଚ କରିବାକୁ ଯାଉଛି । ଆଗାମୀ ବର୍ଷ ମଧ୍ୟରେ ୨ ଲକ୍ଷ କମ୍ପାନୀଙ୍କୁ ଏସି ବିକିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ । ତେବେ ଏହି କେବଳ ସେହି ଗ୍ରାହକ କିଣିପାରିବେ ଯାହା ନାଁରେ ବିଜୁଳି ସଂଯୋଗ ରହିଛି ।

କହିରଖୁଛୁ EESL ସେହି କମ୍ପାନୀ ଯାହା ସାରା ଦେଶରେ ଘରେ ଘରେ ଶସ୍ତା LED ବଲବ୍ ଓ ଟ୍ଯୁଲାଇଟ୍ ଉପଲବ୍ଧ କରାଇଥିଲା । ଏବେ କମ୍ପାନୀ ଘରେ ଘରେ ଶସ୍ତା ଏସି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି ।

ସମ୍ବନ୍ଧିତ ଖବର