ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା କଳାକାର ଗୋବିନ୍ଦା ପ୍ରାୟ ସମୟରେ ଗଣମାଧ୍ୟମରେ ଶିରୋନାମା ପାଲଟିଥାନ୍ତି । ନିକଟରେ ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଫ୍ୟାନଙ୍କ ଝଗଡ଼ାର ଭିଡିଓ ବେଶ ଭାଇରାଲ ହୋଇଥିଲା । ଗୋବିନ୍ଦା ନିଜେ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ । ଏଭଳି ଅନେକ ଖବର ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

ନିକଟରେ ଏକ ରିଆଲିଟି ଶୋ’ରେ ଝିଅ ଟିନା ଭାଗ ନେଇଥିବାବେଳେ ଗୋବିନ୍ଦା ମଧ୍ୟ ଏଠାରେ ପହଞ୍ଚିଥିଲେ । ଯାହାର ହୋଷ୍ଟ କରୁଛନ୍ତି ଶିଳ୍ପା ସେଟ୍ଟୀ । ବାପା-ଝିଅ ଶିଳ୍ପାଙ୍କ ସହ ଫଟୋ ଉଠାଇଥିଲେ । ଏହାସହ ସେମାନେ ଏକାଠି ଫଟୋ ଉଠାଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି ।

ତେବେ ଏହି ଶୋ’ ମାଆ ଝିଅ ଯୋଗ ଦେବା କଥା । ମାଆ-ଝିଅଙ୍କ ସମ୍ପର୍କକୁ ନେଇ ଏହି ଶୋ’ ଅନୁଷ୍ଠିତ । ମାତ୍ର ଗୋବିନ୍ଦାଙ୍କ ସହ ନଜର ଆସିଥିଲେ ଟିନା । ସେ ବାପାଙ୍କ ସହ ଏହି ଶୋ’ରେ ଯୋଗ ଦେଇଥିବାବେଳେ ସୁନୀତା ଅନୁପସ୍ଥିତ ଥିଲେ । ଯାହାକୁ ନେଇ ଫ୍ୟାନ୍ସମାନେ ବିଭିନ୍ନ ପ୍ରଶ୍ନ କରିଛନ୍ତି । କହିଛନ୍ତି କି, କାହିଁକି ଅନୁପସ୍ଥିତ ଅଛନ୍ତି ସୁନୀତା ?

ସେପଟେ ଦୀର୍ଘଦିନ ହେବ ସୁନୀତା ଏବଂ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନେ ଅଲଗା ହେବା ନେଇ ମଧ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ମାତ୍ର ଏନେଇ ଉଭୟ ଅସ୍ବିକାର କରିଆସିଛନ୍ତି । ତଥାପି ଝିଅ ସହ ଉଭୟ ନଜର ଆସିନଥିବାବେଳେ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।

ଏହାସହ ପଢ଼ନ୍ତୁ : ହାଇଦ୍ରାବାଦ ଆଗରେ ୧୮୧ ରନର ବିଜୟ ଲକ୍ଷ୍ୟ ରଖିଲା CSK