ଭୁବନେଶ୍ୱର,୨୦/୦୭:  ରାଜ୍ୟରେ ଏବେ ପାଗ ମୁଖ୍ୟତଃ  ଶୁଖିଲା ରହିବ । ମଝିରେ ମଝିରେ  କିଛି ସ୍ଥାନରେ ବର୍ଷା ହୋଇପାରେ ।  ତେବେ ଆସନ୍ତା ୨୩ରୁ ରାଜ୍ୟରେ  ବର୍ଷା ପରିମାଣ ବଢ଼ିବା ସମ୍ଭାବନା ଅଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ବିଶ୍ୱବିଦ୍ୟାଳୟର ପରିବେଶ ଓ  ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର  ଶରତ ଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ  ଏବେ ପାଗ ସାମାନ୍ୟ ଖରାଟିଆ ରହିପାରେ । କିଛି କିଛି ଜାଗାରେ  ମଝିରେ ମଝିରେ ବର୍ଷା ହେବ ।  ୨୨ ତାରିଖବେଳକୁ ଉତ୍ତର ଓଡ଼ିଶା  ଉପକୂଳ ପାଖାପାଖି ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ  ୨୩ରୁ ରାଜ୍ୟରେ ବର୍ଷା  ପରିମାଣ ବଢ଼ିପାରେ ।  କିଛି ସ୍ଥାନରେ ପ୍ରବଳ  ବର୍ଷା ସମ୍ଭାବନା ଅଛି ।  

ଅଧିକ ପଢ଼ନ୍ତୁ :-  ବଡ଼ ପରିବର୍ତ୍ତନ ଅପେକ୍ଷାରେ ଓଡ଼ିଶାର ଉପକୂଳବର୍ତ୍ତୀ କ୍ଷେତ୍ର, ନିର୍ମାଣ ହେବାକୁ ଯାଉଛି ରାମେଶ୍ବର-ପାରାଦୀପ ଉପକୂଳ ରାଜପଥ

ପାଣିପାଗ ବିଭାଗ  ଆକଳନ କରିଛି,  ଏବେ ରାଜ୍ୟରେ ବିସ୍ତୃତ  ଅଞ୍ଚଳରେ ବର୍ଷା  ସମ୍ଭାବନା  ନାହିଁ । କିନ୍ତୁ ଉତ୍ତର ପଶ୍ଚିମ  ଓଡ଼ିଶାରେ ସ୍ଥାନେ ସ୍ଥାନେ  ପ୍ରବଳ ବର୍ଷା ସମ୍ଭାବନା  ଅଛି । ସୋମବାର ଆଭ୍ୟନ୍ତରୀଣ ଓଡ଼ିଶାର  ଅଳ୍ପ କେତେକ ସ୍ଥାନରେ  ବର୍ଷ । ହୋଇପାରେ ।  ବାଲେଶ୍ୱର,  ସୁନ୍ଦରଗଡ଼,   କେନ୍ଦୁଝର, ଦେବଗଡ଼,  ମୟୂରଭଞ୍ଜ ,  ସମ୍ବଲପୁରର ଗୋଟିଏ  ଦୁଇଟି ସ୍ଥାନରେ ପ୍ରବଳ   ବର୍ଷା ସମ୍ଭାବନା ଅଛି ।