ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବିବାହର ୩୭ ବର୍ଷ ପରେ ଅଲଗା ହେବେ ଗୋବିନ୍ଦା-ସୁନିତା ! ଜାଣନ୍ତୁ କ'ଣ ରହିଛି କାରଣ..

Published By : Anindita Ratha | February 25, 2025 2:27 PM

ମୁମ୍ବାଇ,୨୫/୦୨: ବଲିଉଡ ସୁପରଷ୍ଟାର ଗୋବିନ୍ଦା । ସେ ତାଙ୍କ ଅଭିନୟ ପାଇଁ ବେଶ୍ ପରିଚିତ ।  ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ  ପତ୍ନୀ ସୁନିତା ଆହୁଜାଙ୍କ ସହ ବିବାହର ୩୭ ବର୍ଷ ପରେ ତାଙ୍କର ଛାଡ଼ପତ୍ର ହେବାକୁ ଯାଉଛି ।  

ତେବେ କିଛି ରିପୋର୍ଟ ଅନୁସାରେ, ଗୋବିନ୍ଦା ଓ ସୁନୀତା ଅହୁଜାଙ୍କ ଛାଡପତ୍ରର ଗୁଜବ ଚାଲିଛି । ଏଥିସହ ଦୁଇ ଜଣଙ୍କ ଅଲଗା ହେବାର କାରଣ ଜଣେ ମରାଠୀ ଅଭିନେତ୍ରୀ ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ, ଉଭୟଙ୍କ ଛାଡପତ୍ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଏହି ଗୁଜବ ଉପରେ ଗୋବିନ୍ଦା କିମ୍ବା ସୁନୀତାଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି । ତେବେ କିଛି ଦିନ ପୂର୍ବରୁ ଗୋବିନ୍ଦାଙ୍କ ପତ୍ନୀ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଏବଂ ଗୋବିନ୍ଦା ଏକାଠି ରହୁନାହାଁନ୍ତି। ସେମାନଙ୍କ ସମ୍ପର୍କରେ ଅନେକ ବର୍ଷ ଧରି ଅନେକ ଘଟଣା ଘଟୁଛି। 

ଯଦିଓ ସମସ୍ତେ ଜାଣନ୍ତି  ଅଭିନେତା ଗୋବିନ୍ଦା ଅଭିନେତ୍ରୀ ନୀଲମଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ମାଆଙ୍କ ଜିଦରେ ଅଭିନେତା ସୁନୀତାଙ୍କୁ ବିବାହ କରିଥିଲେ। ବିବାହ ପରେ ସୁନିତା ଏବଂ ଗୋବିନ୍ଦା ସବୁବେଳେ ଖୁସି ଥିବା ଦେଖାଯାଇଛି ଏବଂ ଏବେ ଏହି ଦମ୍ପତିଙ୍କ ଛାଡପତ୍ରର ଗୁଜବକି ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଫ୍ୟାନ୍ସ ଏହି ଗୁଜବକୁ ବିଶ୍ୱାସ କରିପାରୁନଥିବା ବେଳେ ସମସ୍ତେ ଆଶା କରୁଛନ୍ତି ଏହି ଗୁଜବ ମିଥ୍ୟା ହୋଇଥାଉ।










Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.