ନୂଆଦିଲ୍ଲୀ,୨୭/୦୩; ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ, ସରକାର ପେଟ୍ରୋଲ ଏବଂ ଡିଜେଲକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଗକୁ କମିବାରେ ପେଟ୍ରୋଲ-ଡିଜେଲ ଦର । ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ପ୍ରତି ଲିଟର ୧୩ ଟଙ୍କାରୁ ହ୍ରାସ କରି ୩ ଟଙ୍କା କରାଯାଇଛି । ସେହିପରି ଡିଜେଲ ଉପରେ ଉତ୍ପାଦ ଶୁଳ୍କ ପ୍ରତି ଲିଟର ୧୦ରୁ ହ୍ରାସ କରି ଶୂନ୍ୟ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇବାର ଆଶା କରାଯାଉଛି ।

​​​​​​​ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି । ଇରାନ ଯୁଦ୍ଧ ପେଟ୍ରୋଲ ଏବଂ ଡିଜେଲ ଭଳି ଇନ୍ଧନ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ ଅଶୋଧିତ ତୈଳର ଅଧା ଯୋଗାଣକୁ ବାଧା ଦେଇଛି । ତଥାପି, ସରକାର ସ୍ପଷ୍ଟ କରିଛନ୍ତି ଯେ, ଦେଶ ଆଗାମୀ ୬୦ ଦିନ ପାଇଁ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଯୋଗାଣ ସୁରକ୍ଷିତ କରିଛି । ସରକାର ଏବେ ପେଟ୍ରୋଲ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କକୁ ପୂର୍ବ ପ୍ରତି ଲିଟର ୧୩ ଟଙ୍କାରୁ ହ୍ରାସ କରି ୩ ଟଙ୍କା କରିଦେଇଛନ୍ତି। ଡିଜେଲ ଉପରେ ଉତ୍ପାଦ ଶୁଳ୍କ ପୂର୍ବ ପ୍ରତି ଲିଟର ୧୦ ଟଙ୍କାରୁ ହ୍ରାସ କରି ଶୂନ କରି ଦିଆଯାଇଛି । ଅର୍ଥାତ ଡିଜେଲ ଉପରେ କୌଣସି ଏକ୍ସସାଇଜ୍ ଡ୍ୟୁଟି ଲାଗୁ ହେବ ନାହିଁ । ଗୁରୁବାର ଦେଶର ସବୁଠାରୁ ବଡ଼ ରିଫାଇନାରୀ ମଧ୍ୟରୁ ଗୋଟିଏ, ନାୟାରା ଏନର୍ଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଥିଲା। ପେଟ୍ରୋଲ ମୂଲ୍ୟରେ ପ୍ରତି ଲିଟର ୫ ଏବଂ ଡିଜେଲ ମୂଲ୍ୟରେ ପ୍ରତି ଲିଟର ୩ ବୃଦ୍ଧି ଘୋଷଣା ପରେ, ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ୧୦ ଟଙ୍କା ହ୍ରାସ କରିଛନ୍ତି । ଯାହା ଜନତାଙ୍କୁ ଏକ ଆଶ୍ୱସ୍ତି ଦେଇଛି । ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ସ୍ୱତନ୍ତ୍ର ଉତ୍ପାଦ ଶୁଳ୍କ ହ୍ରାସ କରିବା ପଛରେ ଯୁକ୍ତି ବାଢିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । କେନ୍ଦ୍ରମନ୍ତ୍ରୀଙ୍କ ଅନୁଯାୟୀ, ସରକାରଙ୍କ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା  ଗୋଟିଏ ଇନ୍ଧନ ମୂଲ୍ୟ ବୃଦ୍ଧି କରନ୍ତୁ ନଚେତ୍ ଆର୍ଥିକ ଭାର ବହନ କରନ୍ତୁ ଯାହା ଦ୍ୱାରା ଭାରତୀୟ ନାଗରିକ ଚିନ୍ତାମୁକ୍ତ ରହିବେ ।

ଏହା ବି ପଢନ୍ତୁ...ଖୁସି ଖବର; ରହିବନି ଗ୍ୟାସ-ତେଲ ଟେନ୍‌ସନ୍‌, ଭାରତ ସମେତ ୫ଟି ବନ୍ଧୁରାଷ୍ଟ୍ର ପାଇଁ ହୋର୍ମୁଜ ଖୋଲା ରଖିଲା ଇରାନ  

​​​​​​​ଏକ୍ସସାଇଜ୍‌ ଡ୍ୟୁଟି କ'ଣ ? ଉତ୍ପାଦ ଶୁଳ୍କ ହେଉଛି କେନ୍ଦ୍ର ସରକାର ଦ୍ୱାରା ଉତ୍ପାଦିତ ସାମଗ୍ରୀର ଉତ୍ପାଦନ ଉପରେ ଆଦାୟ କରାଯାଉଥିବା ଏକ କର ବା ଟ୍ୟାକ୍ସ । ପେଟ୍ରୋଲ ଏବଂ ଡିଜେଲ GST ପରିସର ବାହାରେ, ତେଣୁ ଏଗୁଡ଼ିକ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ରାଜ୍ୟ VATର ମିଶ୍ରଣର ଅଧୀନ। ଏହି କାରଣରୁ ଟିକସ ଇନ୍ଧନ ଖୁଚୁରା ମୂଲ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତୈଳ କମ୍ପାନୀଗୁଡ଼ିକ ରିଫାଇନାରୀରୁ ପେଟ୍ରୋଲ ଏବଂ ଡିଜେଲ ବାହାର କରିବା ସମୟରେ ଉତ୍ପାଦ ଶୁଳ୍କ ଦିଅନ୍ତି ଏବଂ ଏହି ଟିକସ ପରେ ମୂଲ୍ୟରେ ଯୋଡାଯାଏ ଏବଂ ସାଧାରଣ ଗ୍ରାହକଙ୍କ ଉପରେ ଲାଗାଇ ଦିଆଯାଏ ।