PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ବଦଳିଲା ସରକାରୀ ଅଫିସ୍‌ ଟାଇମ୍‌: ଏଣିକି ୧୦ରୁ ସାଢ଼େ ୫

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସରକାରୀ ଅଫିସ୍‌ର କାର୍ଯ୍ୟ ସମୟ ବଦଳିଲା । ଏଣିକି ସବୁ ସରକାରୀ ଅଫିସ୍‌ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ସାଢ଼େ ୫ଟା ଯାଏଁ ଚାଲିବ । କର୍ମଚାରୀଙ୍କୁ ଅଧଘଣ୍ଟାର ମଧ୍ୟାହ୍ନଭୋଜନ ବ୍ରେକ୍‌ ମିଳିବ । ମାସର ଚତୁର୍ଥ ଶନିବାର ଅଫିସ୍‌ ଛୁଟି ରହିବ । ସରକାରୀ ଅଫିସ୍‌ଗୁଡ଼ିକୁ ନାଗରିକ କୈନ୍ଦ୍ରିକ କରିବା ସହ ପ୍ରଶାସନର ଦକ୍ଷତାରେ ସୁଧାର ଆଣିବାକୁ ଓଡ଼ିଶା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତିକୁ ତତ୍କାଳ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ସରକାରୀ ଅଫିସ୍‌ଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ଣ ୫ଟା ଯାଏଁ ଚାଲୁଥିଲା । ସେହିପରି କର୍ମଚାରୀମାନେ ମଧ୍ୟାହ୍ନଭୋଜନ ପାଇଁ ୧ ଘଣ୍ଟା ବିରତି ପାଉଥିଲେ । ଏଣୁ ବିଭିନ୍ନ ସରକାରୀ ସେବା ପାଇବାରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଅବକାଶ ବିଭାଗର ଅଫିସ୍‌କୁ ଛାଡ଼ିଦେଲେ ସବୁ ସରକାରୀ ଅଫିସ୍‌ ସକାଳ ୧୦ଟାରୁ ଅପରାହ୍ଣ ସାଢ଼େ ୫ଟା ଯାଏଁ କାମ କରିବ । ଅପରାହ୍ଣ ସାଢ଼େ ଗୋଟାଏରୁ ୨ଟା ଯାଏଁ ମଧ୍ୟାହ୍ନ ଭୋଜନ ସମୟ ରହିବ । ଏହାବ୍ୟତୀତ ପ୍ରତି ମାସ ଚତୁର୍ଥ ଶନିବାର ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ପୂର୍ବରୁ କେବଳ ମାସର ଦ୍ୱିତୀୟ ଶନିବାର ସରକାରୀ ଛୁଟି ମିଳୁଥିଲା ।

ଯଦିଓ ପ୍ରତି ମାସ ଚତୁର୍ଥ ଶନିବାରକୁ ସରକାରୀ ଛୁଟି ଘୋଷଣା କରାଯାଇଛି, ସରକାରୀ ଅଫିସ ମୁଖିଆମାନେ ଏହି ଦିନର ପ୍ରଥମାର୍ଦ୍ଧରେ ଅଫିସ ଆସିବେ । ସରକାରଙ୍କ ୫-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିବା ସହ ରାଜ୍ୟର ବିକାଶ ଉଦ୍ଦେଶ୍ୟରେ ସୃଜନଶୀଳ ଚିନ୍ତାଧାରା ଉପରେ ପ୍ରଶିକ୍ଷଣ ଆଦି କାର୍ଯ୍ୟ ପାଇଁ ନିଜକୁ ସମର୍ପିତ କରିବେ ।