PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ସୀମାରେ ଆହୁରି ସଶକ୍ତ ହେବେ ଯବାନ; ୬୨,୫୦୦ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ତିଆରି ପାଇଁ ଟେଣ୍ଡର ଜାରିକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୨୦/ ୧୧: ଆହୁରି ସଶକ୍ତ ହେବ ଭାରତୀୟ ସେନା । ଶତ୍ରୁ ପକ୍ଷ ଡାଳେ ଡାଳେ ଗଲେ ଭାରତର ସେନା ପତ୍ରେ ପତ୍ରେ ଯାଉଛନ୍ତି । ଆତଙ୍କୀ ଯେତେ ଚତୁର ହେଲେ ବି ସେନା ସାମ୍ନାରେ ଢେର୍‌ ପଛରେ । ସୀମାରେ ମୁତୟନ ଯବାନଙ୍କ ପାଇଁ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ସୁରକ୍ଷା ଦୃଷ୍ଟିରୁ ସେନା ଯବାନଙ୍କ ପାଇଁ ୬୨,୫୦୦ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଦିଆଯିବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଜାରି କରିଛନ୍ତି କେନ୍ଦ୍ର ସରକାର ।

ସୀମାରେ ବାରମ୍ବାର ଆକ୍ରମଣ ପାଇଁ ଧମକ ଦେଉଛନ୍ତି ଆତଙ୍କବାଦୀ । ଏପରିକି ଷ୍ଟିଲ୍‌ କୋର୍‌ ବୁଲେଟ୍‌ ବ୍ୟବହାର କରିବାକୁ ଦିଆଯାଉଛି ଧମକ । ସେ ଦୃଷ୍ଟିରୁ ଯବାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଯୋଗାଇଦେବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଆଧାରରେ ଅଲଗା ଅଲଗା ଦୁଇଟି ଟେଣ୍ଡର ଡକାଯାଇଛି । ପ୍ରଥମ ଟେଣ୍ଡରରେ ମୋଟ ୪୭,୬୨୭ଟି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଅଣାଯିବାକୁ ଯୋଜନା ହୋଇଥିବା ବେଳେ ଦ୍ବିତୀୟ ଟେଣ୍ଡରେ କେବଳ ଜରୁରୀ ପରିସ୍ଥିତିରେ ୧୫ହଜାର ଜ୍ୟାକେଟ୍‌ ନିଆଯିବାକୁ କୁହାଯାଇଛି । ଆସନ୍ତା ୩ ରୁ ୪ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଆସିବାକୁ ଥିବା ୪୭,୬୨୭ଟି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଆସନ୍ତା ୧୮ ରୁ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ ସେନାକୁ ପ୍ରତ୍ୟର୍ପଣ କରାଯିବ । ପ୍ରସ୍ତୁତ ହେବାକୁ ଥିବା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟରେ ଅତ୍ୟାଧୁନିକ ସୁବିଧା ରହିବ । ୭.୬୨ ଏମ୍‌ଏମ୍‌ ରାଇଫଲରୁ ବାହାରୁଥିବା ଗୁଳି ମଧ୍ୟ ଶରୀରର କୌଣସି କ୍ଷତି କରିପାରିବ ନାହିଁ । ଏପରିକି ୧୦ ମିଟର ଦୂରରୁ ମଧ୍ୟ ଯଦି ଷ୍ଟିଲ୍‌ କୋର୍‌ ବୁଲେଟ୍‌ ଫାୟାରିଂ କରାଯାଏ ତେବେ ମଧ୍ୟ ଜ୍ୟାକେଟକୁ ଭେଦିବାରେ ଅକ୍ଷମ ହେବ ।