​​​​​​​କରଞ୍ଜିଆ,୧୦।୧ : ବଡ଼ ବାପାକୁ ଠେଙ୍ଗାରେ ପିଟିପିଟି ହତ୍ୟାକଲା ପୁତୁରା।  ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କରଡ଼ିଆ ଗାଁରେ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କରଡ଼ିଆ ଗାଁରେ ସାମାନ୍ୟ କଥାକୁ ନେଇ  ବଡବାପା ଓ ପୁତୁରା ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ପୁତୁରା ଏକ ଠେଙ୍ଗାରେ ବଡବାପାଙ୍କୁ ପିଟିବା ସହ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବେକକୁ କାଟି  ଦେଇଥିଲା । ଘଟଣାସ୍ଥଳରେ ବଡବାପାର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଁଞ୍ଚି ମୃତ ବଡବାପା ପଟ୍ଟ ନାଏକର ମୃତଦେହକୁ ଜବତ କରିଥିଲା।ଅଭିଯୁକ୍ତ ପୁରୁରା ପପୁ ନାଏକକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।