ଢେଙ୍କାନାଳ, ୧୭।୧୨ : ଜମି ବାଡ଼ି ବିବାଦରୁ ଘଟିଛି ହତ୍ୟାକାଣ୍ଡ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ହୁଣ୍ଡି ସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ନିଜ ଦାଦା ଙ୍କୁ ଠେଙ୍ଗାରେ ପିଟି ପିଟି ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଗୋବିନ୍ଦପୁର ହୁଣ୍ଡି ସାହିର ମାନସ ନାଏକ । ଆକ୍ରମଣ ବେଳେ ପ୍ରତିବାଦ କରିବାକୁ ଯାଇ ମୃତ ମାନସ ନାଏକଙ୍କ ପତ୍ନୀ ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ।ଜାଗା ବାଡିକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ଖବରପାଇ ସଦର ଥାନା ପୁଲିସ ପହଞ୍ଚି ଅଭିଯୁକ୍ତ ପୁତୁରା ବାନମ୍ବର ନାଏକଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି । ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଥିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିଛି ପୁଲିସ।