ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଡିସେମ୍ବର ୫ ପର୍ଯ୍ୟନ୍ତ ଦିଲ୍ଲୀ-ଏନ୍‌ସିଆରରେ ଲାଗୁ ହେବ ଗ୍ରାପ୍-୪, ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

Published By : Harapriya Biswal | December 2, 2024 5:29 PM

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ-ଏନ୍‌ସିଆରରେ ଗ୍ରାପ୍-୪ କଟକଣା ଗୁରୁବାର ବା ୫ ଡିସେମ୍ବର ପର୍ଯ୍ୟନ୍ତ ଲାଗୁ ରହିବ। ସୁପ୍ରିମକୋର୍ଟ କହିଛନ୍ତି, ସେ ଏଥିରେ ଆଶ୍ବସ୍ଥି ଦେବା ପୂର୍ବରୁ ପ୍ରଦୂଷଣ ସ୍ତରକୁ ହ୍ରାସ କରିବାକୁ ଚାହାଁନ୍ତି।  ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପରେ ଶ୍ରମିକଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ନଦେବା ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

୨୫ ନଭେମ୍ବରରେ ସୁପ୍ରିମକୋର୍ଟ ନିର୍ଦେଶ ଦୋଇଥିଲେ ଯେ, ଦିଲ୍ଲୀ ଓ ଏନ୍‌ସିଆରର ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାର କ୍ଷତି ପୂରଣ ଦିଅନ୍ତୁ। ଏଥିପାଇଁ ରାଜ୍ୟ ଲେବର ସେସ୍ ଜରିଆରେ ଏକତ୍ରିତ ହୋଇଥିବା ଟଙ୍କା ବ୍ୟବହାର କରନ୍ତୁ। ଜଷ୍ଟିସ୍ ଅଙ୍ଗଷ୍ଟିନ୍‌ ଜର୍ଜ ୨ ଡିସେମ୍ବରରେ ହୋଇଥିବା ଶୁଣାଣିରେ ଏହା ଜାଣିବାକୁ ପାଇଛନ୍ତି ଯେ,  ରାଜ୍ୟ ଏ ଦିଗରେ ସନ୍ତୋଷଜନକ କାମ କରିନି। କୋର୍ଟ ଦିଲ୍ଲୀ, ୟୁପି, ହରିୟାଣା ଓ ରାଜସ୍ଥାନର ମୁଖ୍ୟ ସଚିବଙ୍କୁ ୫ ଡିସେମ୍ବରରେ ଭିଡିଓ କନଫ୍ରେନ୍ସିଂ ଜରିଆରେ ଶୁଣାଣି କରିବାକୁ କହିଛନ୍ତି।

କୋର୍ଟ ନିଜ ପକ୍ଷରୁ ନିଯୁକ୍ତ ୧୩ କୋର୍ଟ କମିଶନରଙ୍କ ରିପୋର୍ଟ ମଧ୍ୟ ଦେଖିଥିଲେ। ଜଜ କୋର୍ଟ କମିଶନରଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। କିଛି କମିଶନର କହିଛନ୍ତି, ଦିଲ୍ଲୀର ବହୁ ଏଣ୍ଟ୍ରି ପଏଣ୍ଟରେ ଲାଇଟ୍ ବି ନାହିଁ। କିଛି ସ୍ଥାନରେ ଅସାମାଜିକ ବ୍ୟକ୍ତି ଟ୍ରକ  ଏବଂ ଭାରିଯାନ  ଜରିଆରେ ଦିଲ୍ଲୀରେ ପ୍ରବେଶ କରୁଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.