ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ପ୍ରମେୟର ମହାପ୍ରଭାବ; ଦିବ୍ୟାଙ୍ଗ ସୁମନ୍ତ ବିଶିଙ୍କ ଘରେ ପହଞ୍ଚିଲେ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

Published By : Harapriya Sethi | May 19, 2025 3:11 PM

ସାହାଜପାଲ ,୧୯/୦୫: ଯୋଗ୍ୟ ପ୍ରମାଣପତ୍ର ଥାଇ ବି ମିଳୁ ନଥିଲା ଭତ୍ତା ଟଙ୍କା । ୫ ମାସ ହେଲା ଅଫିସରୁ ଅଫିସ ବୁଲି ଅଭିଯୋଗ କରିଥିଲେ ମଧ୍ୟ ଦିବ୍ୟାଙ୍ଗ ଯୁବକ ସୁମନ୍ତ ବିଶି କୌଣସି ସୁଫଳ ମିଳିନଥିଲା । ମାତ୍ର ଅସହାୟକୁ ସହାୟତାର ହାତ ବଢାଇଲା ପ୍ରମେୟ । ଖବର ପ୍ରକାଶ ପରେ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗାଁର ୨୦ ବର୍ଷୀୟ ଦିବ୍ୟାଙ୍ଗ ଯୁବକ ସୁମନ୍ତ ବିଶି । ଭୀନ୍ନକ୍ଷମ ଭତ୍ତା ପାଇଁ ତାଳଶରଡ଼ା ପଞ୍ଚାୟତ ଓ ବ୍ଲକ ଅଫିସ୍ ଯାଇ ଆବଶ୍ୟକ କାଗଜ ପତ୍ର ଦାଖଲ କରିଥିଲେ । ହେଲେ ପ୍ରଶାସନିକ ଅଧିକାରୀ ପଦକ୍ଷେପ ଗ୍ରହଣ କରିନଥିଲେ । ଫଳରେ ଯୋଗ୍ୟ ହୋଇ ବି ଦିବ୍ୟାଙ୍ଗ ଭତ୍ତାରୁ ବଞ୍ଚିତ ହୋଇଥିଲେ ସୁମନ୍ତ ବିଶି । ଏ ବାବଦରେ ପ୍ରମେୟ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା । ଯାହାର ମହାପ୍ରଭାବ ଦେଖିବାକୁ ମିଳିଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୌଦାମିନୀ ନାଏକ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚି କାଗଜପତ୍ର ନେବା ସହ ଖୁବ୍ ଶୀଘ୍ର ଭତ୍ତା ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.