ନୂଆଦିଲ୍ଲୀ,୧୪।୫: ବୁଧବାର ସକାଳେ ଗ୍ରୀସରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଗ୍ରୀସ୍ର କ୍ରେଟ୍ ଦ୍ୱୀପ ନିକଟରେ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଝଟକା ଇଜିପ୍ଟରୁ ଇସ୍ରାଏଲ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଜର୍ମାନ ରିସର୍ଚ୍ଚ ସେଣ୍ଟର ପର ଜିଓସାଇନ୍ସେଜ୍ ର ସୂଚନା ଅନୁସାରେ, ଗ୍ରୀସ୍ର କେତ୍ରେ ଦ୍ବୀପରେ ୬.୩ ତୀବ୍ରତାରେ ଭୂକମ୍ପ ଆସିଥିଲା। ଭୂକମ୍ପ ୮୩ କିଲୋମିଟର(୫୧.୫୭ ମାଇଲ୍) ଗଭୀରତାର ଥିଲା। ଏପର୍ଯ୍ୟନ୍ତ ଯଦିଓ ବଡ଼ କ୍ଷୟକ୍ଷତି ନେଇ ସୂଚନା ମିଳିନି, ତେବେ ଆଗକୁ ସୁନାମୀ ବିପଦ ରହିଛି।
ଗ୍ରୀସ୍ ଜରୁରୀକାଳୀନ ସେବା କ୍ରେଟ୍ ଦ୍ୱୀପ ନିକଟରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ଲୋକମାନଙ୍କୁ ଉପକୂଳରୁ ଦୂରେଇ ଯିବାକୁ ସତର୍କ କରାଇ ଦେଇଛି। ଜଳବାୟୁ ସଙ୍କଟ ଏବଂ ନାଗରିକ ସୁରକ୍ଷା ମନ୍ତ୍ରଣାଳୟ ଏହାର ୧୧୨ ଗ୍ରୀସ୍ ଆକାଉଣ୍ଟରେ ପୋଷ୍ଟ କରିଛି,‘କାସୋସ୍ର ଠାରୁ ୪୮ କିଲୋମିଟର (ଦକ୍ଷିଣପୂର୍ବ) ଦୂରରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଆପଣଙ୍କ ଅଞ୍ଚଳରେ ସୁନାମିର ସମ୍ଭାବନା ଅଛି। ତୁରନ୍ତ ଉପକୂଳରୁ ଦୂରେଇ ଯାଆନ୍ତୁ।’
ଗ୍ରୀସରେ ଆସିଥିବା ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବ ଇଜିପ୍ଟ ଏବଂ ଇସ୍ରାଏଲରେ ମଧ୍ୟ ଅନୁଭୂତ ହୋଇଥିଲା। ୟୁନାଇଟେଡ୍ ଷ୍ଟେଟସ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ, ସ୍ଥାନୀୟ ସମୟ ରାତି ୧.୫୧ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପଟି କାଇରୋ, ଇଜିପ୍ଟ ସହିତ ଇସ୍ରାଏଲ, ଲେବାନନ, ତୁର୍କୀଏ ଏବଂ ଜୋର୍ଡାନରେ ଅନୁଭୂତ ହୋଇଥିଲା।