ନୂଆଦିଲ୍ଲୀ,୦୨/୧୨: କେନ୍ଦ୍ର ସରକାର ନଭେମ୍ବର ମାସର ଜିଏସ୍‌ଟି ଆଦାୟ ତଥ୍ୟ ଜାରି କରିଛନ୍ତି । ଆଲୋଚ୍ୟ ମାସରେ ମୋଟ ୧.୭୦ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ହୋଇଛି । ବାର୍ଷିକ ଆଧାରରେ ଏଥିରେ ୦.୭% ବୃଦ୍ଧି ଘଟିଛି ।

ତଥ୍ୟ ଅନୁସାରେ, ୨୦୨୪ ନଭେମ୍ବରରେ ୧.୬୯ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିଲା । ତେବେ ଚଳିତ ବର୍ଷ ଅକ୍ଟୋବର ତୁଳନାରେ ନଭେମ୍ବରରେ ଜିଏସ୍‌ଟି ସଂଗ୍ରହ ୨୬ ହଜାର କୋଟି ଟଙ୍କା ହ୍ରାସ ପାଇଛି । ଅକ୍ଟୋବରରେ ୪.୬% ଅଭିବୃଦ୍ଧି ସହ ୧.୯୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ଏହା ପୂର୍ବରୁ ଚଳିତବର୍ଷ ଏପ୍ରିଲରେ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କା ଏବଂ ମେ’ରେ ୨.୦୧ ଲକ୍ଷ କୋଟି ଟଙ୍କାର ପରୋକ୍ଷ ଟିକସ ସଂଗ୍ରହ ହୋଇଥିଲା